ଗୋଲଡେନ୍‌ ଆଓ୍ୱାରରେ ଉଦାହରଣ ସୃଷ୍ଟି କଲେ ସିଦ୍ଧାନ୍ତ; ବଞ୍ଚାଇଦେଲେ ଜୀବନ

ଭୁବନେଶ୍ୱର: ଗୋଲଡେନ୍‌ ଆଓ୍ୱାରରେ ଉଦାହରଣ ସୃଷ୍ଟି କଲେ ସିଦ୍ଧାନ୍ତ ମହାପାତ୍ର। ଦୁର୍ଘଟଣାଗ୍ରସ୍ତ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ। ଆଉ ଚିକିତ୍ସା ବ୍ୟବସ୍ଥା ବି କରାଇଲେ। କେବଳ ରିଲରେ ନୁହେଁ ସେ ରିଅଲ ଲାଇଫ ହିରୋ। ଗୋଲଡ଼େନ ଆୱାରରେ ଅର୍ଥାତ୍ ଦୁର୍ଘଟଣାରେ ଘଟିବାର କିଛି କ୍ଷଣ ମଧ୍ୟରେ ଜଣଙ୍କ ଜୀବନ ବଞ୍ଚାଇ ହସ୍ପିଟାଲରେ ଯଥାଶୀଘ୍ର ଭର୍ତ୍ତି କରି ପ୍ରଶଂସାର ପାତ୍ର ପାଲଟିଛନ୍ତି ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ରିଲରେ ହିରୋ ତାହା ନୁହେଁ ରିଅଲ ଲାଇଫରେ ମଧ୍ୟ ଜଣେ ହିରୋ ବୋଲି ସେ ପ୍ରମାଣିତ କରିଛନ୍ତି।

siddhnata_mohapatra

ସୂଚନା ଅନୁସାରେ, ଗତକାଲି ଦୁର୍ଘଟଣାରେ ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଛନ୍ତି ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର । ବାଟରେ ଯାଉଥିବା ବେଳେ ବାଇକ ଅରୋହୀ ମଦନ ସ୍ୱାଇଁଙ୍କୁ ଧକ୍କା ଦେଇଥିଲା ଏକ ଭ୍ୟାନ । ପାହାଳ ପାଖ ଫ୍ଲାଏଓଭର ଗଡ଼ାଣି ପାଖରେ ପାଖାପାଖି ୨ ଟା ସମୟରେ ଏହି ଘଟଣା ଘଟିଥିଲା।ଏହାକୁ ଦେଖି ନିଜ ଗାଡ଼ି ଅଟକାଇ ଆହତ ବ୍ୟକ୍ତିଙ୍କୁ ପ୍ରଥମେ ଡ଼ାକ୍ତରଖାନା ନେବା ପାଇଁ ସେ ବ୍ୟବସ୍ଥା କରିଥିଲେ ।

ବାଇକ ଆରୋହୀ ଆହତ ଆଇନଜୀବୀ ମଦନ ସ୍ୱାଇଁଙ୍କ ଗୋଡ଼ିଏ ଗୋଡ଼ ପ୍ରାୟ କଟିଯାଇଥିଲା । ଗାଡ଼ିରେ ଆମ୍ବୁଲାନ୍ସକୁ ତୁରନ୍ତ ବାଟ କଢ଼ାଇବାର ବ୍ୟବସ୍ଥା କରାଇଲେ, ଶେଷରେ ଫରେଷ୍ଟ ପାର୍କସ୍ଥିତ ସୁଶ୍ରୁତ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଇଥିଲେ । ଏହା ପରେ ତାଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି। ରାଜ୍ୟ ପରିବହନ କତୃପକ୍ଷ ଏନେଇ ଟୁଇଟ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+