ଅଭିନେତା ଅନୁଭବ ମହାନ୍ତିଙ୍କ ବଢ଼ିଲା ଅଡୁଆ, ଆବେଦନ ଖାରଜ କଲେ ହାଇକୋର୍ଟ
ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ପାଇଁ ବଢିଲା ଅଡୁଆ । ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି । ଅନୁଭବଙ୍କ ବିରୋଧରେ ଏବେ ମାମଲା ଚାଲିବ ବୋଲି ଜଣାପଡିଛି । ଅନୁଭବ ଓ ତାଙ୍କ କର୍ମଚାରୀଙ୍କ ବିରୋଧରେ ଏତଲା ଦେଇଥିଲେ ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।

ସୂଚନା ମୁତାବକ ବର୍ଷା ଅନୁଭବଙ୍କ ଘରେ ଥିବା ବେଳେ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଥିଲେ । ଭିଡିଓ ସୁଟିଂ କରିବା ସହ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ ବର୍ଷା । ନିମ୍ନ ଅଦାଲତରେ ଚାଲିଥିବା ମାମଲା ଖାରଜ ପାଇଁ ଆବେଦନ କରିଥିଲେ ଅନୁଭବ ମହାନ୍ତି । ହେଲେ ଅନୁଭବଙ୍କ ଆବେଦନକୁ ଖାରଜ କରିଛନ୍ତି କୋର୍ଟ, ଏବେ ଅନୁଭବଙ୍କ ନାଁରେ ଏହି ମାମଲା ଚାଲିବ ।












Click it and Unblock the Notifications