Odisha Weather : ସକ୍ରିୟ ମୌସୁମୀ ବାୟୁ: ଦିନରେ ଖରା, ଅପରାହ୍ଣରେ ବର୍ଷା

ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଆଜି ପୂର୍ବାହ୍‌ଣରେ ବିଭିନ୍ନ ସ୍ଥାନରେ ଖରା ଓ ଅପରାହ୍ଣରେ ବର୍ଷା ହୋଇଛି। ବିଶେଷ କରି ବାଲେଶ୍ବର, ସୋନପୁର, ଟିଟିଲାଗଡ଼ ଓ ଭୁବନେଶ୍ବରରେ ଭଲ ପରିମାଣର ବର୍ଷା ରେକର୍ଡ ହୋଇଛି।

ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଆଜି ପୂର୍ବାହ୍‌ଣରେ ବିଭିନ୍ନ ସ୍ଥାନରେ ଖରା ଓ ଅପରାହ୍ଣରେ ବର୍ଷା ହୋଇଛି। ବିଶେଷ କରି ବାଲେଶ୍ବର, ସୋନପୁର, ଟିଟିଲାଗଡ଼ ଓ ଭୁବନେଶ୍ବରରେ ଭଲ ପରିମାଣର ବର୍ଷା ରେକର୍ଡ ହୋଇଛି। ନୟାଗଡ଼ରେ ସର୍ବାଧିକ ୨୦ ମିମି ବର୍ଷା ହୋଇଥିବା ବେଳେ ସୋନପୁରରେ ୧୯ ମିମି, ବାଲେଶ୍ବରରେ ୧୭.୨ ମିମି ଲେଖାଏଁ ବର୍ଷା ହୋଇଯାଇଛି। ଆସନ୍ତାକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି।

rain in the afternoon

ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୬ ତାରିଖ ଯାଏଁ ରାଜ୍ୟରେ ଏହି ଭଳି ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ମୌସୁମୀ ଋତୁରେ ଦିନରେ ଖରା ଓ ଅପରାହ୍ଣରେ ବର୍ଷା ହେବା ସ୍ବାଭାବିକ ପ୍ରକ୍ରିୟା। ମୌସୁମୀ ସକ୍ରିୟ ଥିବା ଯାଏଁ ଏହି ପ୍ରକ୍ରିୟା ଜାରି ରହିବ। ରାଜ୍ୟରେ ଜୁନ୍‌ ୧ରୁ ଜୁଲାଇ ୧୨ ମଧ୍ୟରେ ୪୧୬.୭ ମିମି ବର୍ଷା ହୋଇଯାଇଛି। ସ୍ବାଭାବିକ ଭାବେ ଏହି ସମୟ ଅବଧି ମଧ୍ୟରେ ରାଜ୍ୟରେ ୩୨୩.୬ ମିମି ବର୍ଷା ହୋଇଥାଏ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୯% ଅଧିକ ବର୍ଷା ରେକର୍ଡ ହେଲାଣି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+