Get Updates
Get notified of breaking news, exclusive insights, and must-see stories!

48 ଘଣ୍ଟାରେ ବାତ୍ୟାର ରୂପ ନେବ ସକ୍ରିୟ ଲଘୁଚାପ, ଓଡ଼ିଶା ଉପରେ ରହିବ କି ପ୍ରଭାବ ?

ପୁଣି ଆସୁଛି ବାତ୍ୟା, ମାଲାକ୍କା ପ୍ରଣାଳୀ ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୪୮ ଘଣ୍ଟାରେ ବାତ୍ୟାର ପରିଣତ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହି ସ୍ପଷ୍ଟ ଚିହ୍ନିତ ଲଘୁଚାପ ବର୍ତ୍ତମାନ ସକ୍ରିୟ ରହିଛି । ଏହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତିକରିବା ସହ ଆଗାମୀ ୨୪ ଘଣ୍ଟାରେ ଅବପାତରେ ପରିଣତ ହେବ । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ତତସଲଂଗ୍ନ ଆଣ୍ଡାମାନ ସାଗର ଉପରେ ଅବପାତରେ ପରିଣତ ହେବା ସହ ପଶ୍ଚିମ ଉତ୍ତର ପଶ୍ଚିମ ଆଡକୁ ଗତିକରି ୪୮ ଘଣ୍ଟାରେ ବାତ୍ୟାର ପରିଣତ ହେବ ।

ଓଡିଶା ଉପରେ ପଡିବନି ବାତ୍ୟାର ପ୍ରଭାବ:

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏହା ବାତ୍ୟାର ପରିଣତ ହେବା ସହ ଓଡିଶା ଉପରେ ଏହାର ସିଧା ସଳଖ ପ୍ରଭାବ ରହିବ ନାହିଁ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟ ସଦୃଶ୍ୟ ଲଘୁଚାପ ଗଭୀର ଅଵପାତର ରୂପ ନେବା ପରେ ବାତ୍ୟା ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି ପାଣିପାଗ ବିଭାଗର ବୈଜ୍ଞାନିକ ସଞ୍ଜୀବ ଦ୍ବିବେଦୀ କହିଛନ୍ତି । ତେଣୁ ଆଗାମୀ ୭ ଦିନ ଯାଏ ଓଡ଼ିଶାରେ କୌଣସି ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ପୂର୍ବାନୁମାନ କରାଯାଇଛି । ସେପଟେ ତାପମାତ୍ରାରେ ମଧ୍ୟ ଆଗାମୀ ୬ ରୁ ୭ ଦିନ ଯାଏ କୌଣସି ପରିବର୍ତ୍ତନ ହେବାର ନଥିବା ବେଳେ ଶୀତର ପ୍ରଭାବ କମ ରହିବ ।

Active low pressure area to develop into a cyclone in 48 hours

ବାତ୍ୟାର ପ୍ରଭାବ ତାମିଲନାଡୁ ବା ଆନ୍ଧ୍ର ଆଡ଼କୁ ହୋଇପାରେ:

ଦୀର୍ଘ 100 ବର୍ଷ ରେକର୍ଡ ଅନୁଯାୟୀ ଶୀତ ଦିନରେ ବାତ୍ୟା ସୃଷ୍ଟି ହେଲେ ତାହାର ପ୍ରଭାବ ତାମିଲନାଡୁ ବା ଆନ୍ଧ୍ର ଆଡ଼କୁ ହୋଇଥିବା ଦେଖା ଦେଇଛି। ତେଣୁ ଏହି ବାତ୍ୟା ମଧ୍ୟ ଓଡି଼ଶା ଆଡ଼କୁ ଆସିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଶରତ ଚନ୍ଦ୍ର ସାହୁ। ଏହା ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡି଼ଶାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ସେ କହିଛନ୍ତି ।

ପାଣିପାଗ ବିଶେଷଜ୍ଞ ମତରେ ବଙ୍ଗୋପସାଗରରେ ଗୋଟେ ନୁହେଁ ୨ ଟି ଲଘୁଚାପ ସୃଷ୍ଟି ହୋଇଛି । ଗୋଟେ ଲଘୁଚାପ ଦକ୍ଷିଣ ଆଣ୍ଡମାନ ସାଗର ଓ ଆଖ ପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ବେଳେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗ ଆଡ଼କୁ ଗତି କରୁଛି। ଅନ୍ୟପଟେ ଆଉ ଏକ ଲଘୁଚାପ ଦକ୍ଷିଣ ବଙ୍ଗୋପସାଗରରେ ମଧ୍ୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଏମିତି କିଛି ମଡେଲ୍ସ ବିଭିନ୍ନ ପାଣିପାଗ ସାଇଟରେ ଦେଖାଯାଉଛି। କେଉଁ ଲଘୁଚାପ ଶକ୍ତିଶାଳୀ ହେବ କିଏ ଦୁର୍ବଳ ହେବ ଏହା ଏଯାବତ ସ୍ପଷ୍ଟ ହେଉ ନଥିବା ବେଳେ ବଙ୍ଗୋପସାଗର ରେ ଯୋଡ଼ା ଲଘୁଚାପ ରୁ ଗୋଟେ ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବ ବୋଲି ପୂର୍ବାନୁମାନ କରିଛନ୍ତି ଶରତ ଚନ୍ଦ୍ର ସାହୁ। ଆସନ୍ତା 48 ଘଣ୍ଟା ପରେ ଚିତ୍ର ସ୍ପଷ୍ଟ ହେବ । ବଙ୍ଗୋପସାଗର ସଗାରେ ବାତ୍ୟା ହେବ କୁ ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରୁଥିବା ବେଳେ କେଉଁ ବାତ୍ୟା ସୁଦୃଢ଼ ହେବ ଏହା 26 ବା 27 ତାରିଖରେ ସ୍ପଷ୍ଟ ହେବ । ତେଣୁ ବାତ୍ୟା କେତେ ସୁଦୃଢ଼ ହେବ କେଉଁ ଦିଗ କୁ ଯିବ ଓଡ଼ିଶାରେ ଏହା ର ପ୍ରଭାବ ପଡିବ କି ନାହିଁ ତାହା ବର୍ତ୍ତମାନ ସ୍ପଷ୍ଟ ହେଉ ନାହିଁ । କିନ୍ତୁ ଡିସେମ୍ବର ପହିଲାରୁ ରାଜ୍ୟର ଉପକୂଳ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଥିବା କହିଛନ୍ତି ପାଣିପାଗ ବିଶେଷଣଜ୍ଞ ଶରତ ଚନ୍ଦ୍ର ସାହୁ ।

ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତ:

ସାମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସମ୍ବଲପୁର ଗସ୍ତରେ ଆସି ସେ କହିଛନ୍ତି, "ବନ୍ୟା ଓ ବାତ୍ୟା ପରିଚାଳନା କରିବାରେ ଓଡି଼ଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦେଶରେ ପ୍ରଥମ ଅଟେ । ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ତାକୁ ସାମ୍ନା କରିବାରେ ଆମ ରାଜ୍ୟର ବିପର୍ଯ୍ୟୟ ପପରିଚାଳନା ବିଭାଗ, ଅଗ୍ନିଶମ ବିଭାଗ,ଓଡ଼ିଆରଏଫ,ଏନଡ଼ିଆରଏଫ ବିଭାଗ, ପୂର୍ତ୍ତ ବିଭାଗ, ଜଙ୍ଗଲ ବିଭାଗ, ଶକ୍ତି ବିଭାଗ, ପଂଚାୟତି ରାଜ ବିଭାଗର ବହୁତ ଅନୁଭବ ରହିଛି ଓ ସେମାନେ ସଦା ତତ୍ପର ଅଟନ୍ତି । ଜିଲ୍ଲା ପ୍ରଶାସନର ମଧ୍ୟ ଚମତ୍କାର ପରିଚାଳନା ଦକ୍ଷତା ରହିଛି । ବିଗତ ଦିନରେ ଦାନା ସମୟରେ ଏକ ଭଲ ଅଭିଜ୍ଞତା ଥିଲା ଏଥିରେ ଜିରୋ କାଜୁଆଲିଟି ଥିଲା । ତେଣୁ ଆମେ ସମ୍ଭାବ୍ୟ ବାତ୍ୟା ପାଇଁ ପୁରାପୁରି ପ୍ରସ୍ତୁତ ଅଛୁ l ତେବେ ଏଥର 2 ଟି ଲଘୁଚାପ ସୃଷ୍ଟି ହୋଇଛି l ତେଣୁ ଆମର ଗୋଟିଏ ଆଶଙ୍କା ଅଛି ଯେ 2 ଟି ଲଘୁଚାପ ମିଶିକି ଗୋଟିଏ ଲଘୁଚାପ ହୋଇପାରନ୍ତି l ଏହିଭଳି ପରିସ୍ଥିତିରେ ପ୍ରକୋପ ବେଶୀ ରହିବ l ବର୍ତ୍ତମାନ ଏହା ସ୍ଥଳ ଭାଗରୁ 1000 କିମି ଦୂରତାରେ ଅଛି l ଏହି ଲଘୁଚାପ ଅବପାତ ହେଲେ ଏହା ଦ୍ୱାରା ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଓ ଓଡି଼ଶା ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ଅଛି l ତେଣୁ ଓଡି଼ଶାର କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହୋଇପାରେ ତାର ପୂର୍ବ ଅନୁମାନ ଲଗେଇ ପ୍ରସ୍ତୁତି ଆମେ ଆରମ୍ଭ କରି ଦେଇଛୁ l ଗୋଟିଏ ଦୁଇ ଦିନ ଭିତରେ ପ୍ରସ୍ତୁତି ସରିଯିବ l ସମ୍ଭବତଃ 25 ତାରିଖ ପରେ ଓଡି଼ଶାରେ ଏହାର ପ୍ରଭାବ ଦେଖାଯାଇପାରେ l ମୁଖ୍ୟତଃ ସମୁଦ୍ର ଉପକୂଳ ଅଞ୍ଚଳରେ ଆମେ ଅଧିକ ଧ୍ୟାନ ରଖିଛୁ l ସେଥିରେ ଗଞ୍ଜାମ ଗଜପତି, କୋରାପୁଟ ମାଲକାନଗିରି, ପୁରୀ ଆଦି ସବୁ ଜିଲ୍ଲା ପ୍ରଭାବିତ ହୋଇ ପାରେ lତେବେ ଯେତେ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଆସୁ ରାଜ୍ୟ ବାସୀ ବିଚଳିତ ହୁଅନ୍ତୁ ନାହିଁ, ରାଜ୍ୟ ସରକାର ତାଙ୍କର ରକ୍ଷା କବଚ ହେବେ l"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+