ପ୍ରଦୂଷଣ ପ୍ରମାଣ ପତ୍ର ନଥିଲେ କାର୍ଯ୍ୟାନୁଷ୍ଠାନ ହେବ, କହିଲେ ମନ୍ତ୍ରୀ
ବର୍ତ୍ତମାନ ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ସବୁଠି ଲମ୍ବା ଲାଇନ୍। ସରକାର ସମୟ ସୀମା ବୃଦ୍ଧି କରିଥିବା ବେଳେ ପରିବହନ ମନ୍ତ୍ରୀ ବିଭୂତି ଜେନା ଶନିବାର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ପ୍ରଦୂଷଣ ପ୍ରମାଣ ପତ୍ର ଥିବା ଗାଡ଼ିରେ ଗ୍ରୀନ ଷ୍ଟିକର ଲାଗିବ । ଏହି ଗ୍ରୀନ ଷ୍ଟିକର ପରିବହନ ବିଭାଗ ଯୋଗାଇ ଦେବ। ପ୍ରଦୂଷଣ ପ୍ରମାଣ ପତ୍ର ନଥିଲେ କାର୍ଯ୍ୟାନୁଷ୍ଠାନ ହେବ।

ସମୟ ସୀମା ୧ ମାସ ବୃଦ୍ଧି କରାଯାଇଛି। ଏହି ଗ୍ରେସ ପିରିୟଡରେ ଗାଡ଼ି ମାଲିକମାନେ ସେମାନଙ୍କର ପଞ୍ଜୀକରଣ ପ୍ରମାଣପତ୍ର (RC), ଫିଟନେସ୍ ପ୍ରମାଣପତ୍ର, ପ୍ରଦୂଷଣ ନିୟନ୍ତ୍ରଣ (PUC) ପ୍ରମାଣପତ୍ର ଏବଂ ବୀମାକୁ ବିନା ଜରିମାନାରେ ଅପଡେଟ୍ କରି ପାରିବେ। ମାସକ ମଧ୍ୟରେ ଗାଡିର ସବୁ ସାର୍ଟିଫିକେଟ କରିବା ନେଇ ମନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି । ରାଜ୍ୟବ୍ୟାପୀ କଡ଼ାକଡ଼ି ଯାଞ୍ଚ୍ ୧ ଫେବୃଆରି ୨୦୨୬ ରୁ ଆରମ୍ଭ ହେବ।
ପୂର୍ବରୁ ଜାନୁଆରୀ ୧ ତାରିଖରୁ ଯାଞ୍ଚ ହେବା ନେଇ ଘୋଷଣା କରାଯାଇଥିବା ବେଳେ ପଲ୍ୟୁଶନ ସାର୍ଟିଫିକେଟ କରିବା ନେଇ ଲୋକଙ୍କ ଗହଳି ଦେଖାଯାଇଥିଲା । ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ଆଜି ପରିବହନ ମନ୍ତ୍ରୀ ଏକ ମାସର ମହଲତ ଘୋଷଣା କରିଛନ୍ତି ।












Click it and Unblock the Notifications