ରାସନ କାର୍ଡ ନ ଫେରାଇଲେ କାର୍ଯ୍ୟନୁଷ୍ଠାନ; ବାଲିଆପାଳରେ ୪୩୨୫ଜଣ ଅଯୋଗ୍ୟ ହିତାଧୀକାରୀ
ଅଯୋଗ୍ୟ ବ୍ୟକ୍ତି ଅସାଧୁ ଉପାୟରେ ରାସନ କାର୍ଡ ହାତେଇ ଥିବାରୁ ରାଜ୍ୟ ସରକାର ଖାଉଟି ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ପାଇଁ ଅଣ୍ଟା ଭିଡିଛି। ପ୍ରଥମେ ଏଚଆରଏମଏସ ଜରିଆରେ ସରକାରୀ ଚାକିରିଆଙ୍କୁ ଚିହ୍ନଟ କରି କାର୍ଡ ଫେରାଇବାକୁ ଏକ ପ୍ରକାର ବାଧ୍ୟ କରିଥିଲେ । ଏବେ ରାଜ୍ୟର ଆୟକର ଟିକସ ଦେଉଥିବା ଅଯୋଗ୍ୟ ହିତାଧୀକାରୀ ରାସନ ହାତେଇଥିବା ସରକାରଙ୍କ ଚିଠିରୁ ଜଣାପଡ଼ିଛି ।
ରାଜ୍ୟ ଖାଉଟି ବିଭାଗ ପ୍ରମୁଖ ସଚିବଙ୍କ ପତ୍ର ସଂଖ୍ୟା ୨୦୭୬/୩/୨/୨୫ ରୁ ଏହା ସ୍ପଷ୍ଟ ଜଣାପଡ଼ିଛି। ତେବେ ରାଜ୍ୟ ସରକାରଙ୍କ ଦ୍ବାରା ବାଲିଆପାଳ ବ୍ଲକକୁ ଆସିଥିବା ପତ୍ରରୁ ଏହି ବ୍ଲକରେ ୯୮୩ଟି କାର୍ଡରେ ୪୩୨୫ଜଣ ଅଯୋଗ୍ୟ ହିତାଧୀକାରୀ ବହୁ ବର୍ଷ କାର୍ଯ୍ୟ
ଧରି ରାସନ ହାତେଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି ।

କେବଳ ବାଲିଆପାଳ ବ୍ଲକର ସ୍ଥିତି ହୋଇଥିବା ବେଳେ ସାରା ଓଡ଼ିଶାରେ ବହୁ ଅଯୋଗ୍ୟ କାର୍ଡଧାରୀ ରହିଛନ୍ତି । ଆହୁରି ଅନେକ ଅଯୋଗ୍ୟ ହିତାଧ୍ୟାକାରୀ ଯେପରିକି ବଡ଼ ବଡ଼ ବ୍ୟବସାୟୀ, ଚାରିଚକିଆ ଯାନ ମାଲିକ, ବଡ଼ ବଡ଼ କୋଠା ମାଲିକ ଓ ବୃହତ ଚାଷୀ ଯେଉଁ ମାନେ ସରକାରଙ୍କୁ ୪୦କ୍ରିଣ୍ଟାଲରୁ ଅଧିକ ଧାନ ସରକାରୀ ମଣ୍ଡିରେ ବିକ୍ରି କରୁଥିବା ବୃହତ ଚାଷୀ କାର୍ଡ ହାତେଇଛନ୍ତି ।
ଅନ୍ୟପଟରେ ଏବେବି ବହୁ ଅସହାୟ ଭିନ୍ନକ୍ଷମ ଏବଂ ଗରିବ ପରିବାର ଏହି ରାସନ କାର୍ଡ ସୁବିଧାରୁ ବଞ୍ଚିତ ଅଛନ୍ତି । ପ୍ରଥମ ପର୍ଯ୍ୟାୟରେ ସରକାରୀ ଚାକିରିଆଙ୍କୁ ଧରିଥିବା ବେଳେ ଏବେ ଆୟକର ଦାତାଙ୍କ ପାଳି ପଡ଼ିଛି । ଆସନ୍ତା ସାତ ଦିନ ଭିତରେ ଏହି ଅଯୋଗ୍ୟ ହିତାଧ୍ୟାକାରୀ ସେମାନଙ୍କ ରାସନ କାର୍ଡ ଫେରାଇବାକୁ ଯୋଗାଣ ଅଧିକାରୀ ଅମ୍ବିକା ପ୍ରସାଦ ରଥ ସୂଚନା ଦେଇଛନ୍ତି।
ଅଯୋଗ୍ଯ ହିତାଧୂରୀମାନଙ୍କ ପରେ ଦୃଢ଼ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାରଙ୍କ ନିର୍ଦ୍ଦେଶ ଥିବା ଶ୍ରୀ ରଥ ସୂଚନା ଦେଇଛନ୍ତି। ଆସନ୍ତା ସାତ ଦିନ ଭିତରେ ଅଯୋଗ୍ୟ ହିତାଧ୍ୟାକାରୀ ସେମାନଙ୍କ ରାସନ କାର୍ଡ ନ ଫେରାଇଲେ ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହେବା ସହ ସେମାନେ ନେଇଥିବା ଖାଦ୍ୟ ସାମଗ୍ରୀର ଖୋଲାବଜାର ଦର ପ୍ରତି କି.ଗ୍ରା ୪୩ଟଙ୍କା ସହିତ ୧୦ପ୍ରତିଶତ ସୁଧ ମିଶାଇ ଆଦାୟ କରାଯିବ ଏବଂ ସମ୍ପୃକ୍ତ ଅଯୋଗ୍ୟ ହିତାଧୀକାରୀ ଚାକିରୀ କରିଥିବା ବିଭାଗକୁ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯିବାକୁ ରାଜ୍ୟ ଖାଉଟି ଓ ଯୋଗାଣ ସଚିବଙ୍କ ନିର୍ଦ୍ଦେଶ ଥିବା କଥା ବାଲିଆପାଳ ଯୋଗାଣ ଅଧିକାରୀ ଅମ୍ବିକା ପ୍ରସାଦ ରଥ ସୂଚନା ଦେଇଛନ୍ତି।












Click it and Unblock the Notifications