NHRCଙ୍କ ନିର୍ଦ୍ଦେଶରେ ପଦକ୍ଷେପ ନିଆଯିବ, ଆଇନ ମନ୍ତ୍ରୀ

କିଟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ କିଟ୍ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜାତୀୟ ମାନବାଧିକାର ଆୟୋଗ ଦାୟୀ କରିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ଏହା ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା। ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ଯଥୋଚିତ ପଦକ୍ଷେପ ନିଆଯିବ । କିଛି ବେଆଇନ କାମ ହୋଇଥିଲେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। କୌଣସି ଜାଗାରେ ଆଇନର ଗଳା ବାଟ ରହିବ ନାହିଁ ।

Law Minister

ସୂଚନାଯୋଗ୍ୟ, ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) କିଟ୍‌ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ଚଳିତ ମାସ ୬ରୁ ୮ ତାରିଖ ପର୍ଯ୍ୟନ୍ତ ଏହି ଘଟଣାର ସରଜମିନ ତଦନ୍ତ ଏନ୍‌ଏଚ୍‌ଆର୍‌ସିର ଦୁଇଜଣିଆ ଟିମ୍‌ କରି ରିପୋର୍ଟ ଦାଖଲ କରିବା ପରେ କିଟ୍‌ ବିଶ୍ବବିଦ୍ୟାଳୟର ଆଇଆରଓ, ବିଶ୍ବବିଦ୍ୟାଳୟର ଅଧିକାରୀ/ଶୃଙ୍ଖଳାଗତ କମିଟି ତଥା କଲେଜ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଏନ୍‌ଏଚ୍‌ଆର୍‌ସି ଦର୍ଶାଇଛନ୍ତି ।

କିସ୍‌ ପରିସରରେ ନିମ୍ନମାନର ରହଣୀ ସ୍ଥିତି ବାବଦରେ ତଦନ୍ତ ପାଇଁ ଶିଶୁ କଲ୍ୟାଣ କମିଟି ଯୁଗ୍ମ ତଦନ୍ତକାରୀ ଦଳ ଗଠନ କରିବାକୁ ସୁପାରିସ କରିଥିଲା। ଏ ନେଇ ସ୍ପଷ୍ଟୀକରଣ ଅଥବା ଅନୁପାଳନ ରିପୋର୍ଟ ଦାଖଲ ପାଇଁ ଏନ୍‌ଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି। ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଇନଫୋସିଟି ଥାନା ମାମଲା ସଂଖ୍ୟା ୫୪/୨୦୨୫ରେ ତଦନ୍ତ ଅଗ୍ରଗତି ବାବଦରେ ପୁଲିସ କମିସନରଙ୍କୁ ଜଣାଇବା ପାଇଁ ଏନ୍‌ଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ବବିଦ୍ୟାଳୟ ପରିସରରେ ମହିଳାଙ୍କ ସୁରକ୍ଷା ତଥା ଛାତ୍ରଛାତ୍ରୀଙ୍କ ପ୍ରତି ଧର୍ମ, ଜାତୀୟତା, ଲିଙ୍ଗ, ବର୍ଣ୍ଣ ଆଦି ପାତରଅନ୍ତର ରୋକିବା ସଂପର୍କିତ କିସ୍‌ ବିଶ୍ବବିଦ୍ୟାଳୟ ଓ ୟୁଜିସି ଗାଇଡଲାଇନ୍ସ ଗୁଡ଼ିକର ଉଲ୍ଲଂଘନ ନେଇ ୟୁଜିସି ଅଧ୍ୟକ୍ଷ କିସ୍‌ ଓ କିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରିପୋର୍ଟ ଦାଖଲ କରିବେ ବୋଲି ଏନ୍‌ଏଚ୍‌ଆର୍‌ସି ନିର୍ଦ୍ଦେଶରେ କହିଛନ୍ତି। ସେହିଭଳି ନ୍ୟାସନାଲ୍‌ ଆସେସ୍‌ମେଣ୍ଟ ଆଣ୍ଡ୍‌ ଆକ୍ରିଡେସନ କାଉନ୍‌ସିଲ୍‌ (ଏନ୍‌ଏସିସି)ର ଗାଇଡଲାଇନ୍ସ ଉଲ୍ଲଂଘନ ବାବଦରେ ଏନ୍‌ଏସିସି ଅଧ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାରି ସପ୍ତାହରେ ରିପୋର୍ଟ ଦାଖଲ କରିବେ ବୋଲି ଏନ୍‌ଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+