ଅନୁପ୍ରବେଶକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ, ରାଜସ୍ବ ମନ୍ତ୍ରୀ

ଅନୁପ୍ରବେଶକାରୀ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା। ଅନୁପ୍ରବେଶକାରୀଙ୍କୁ ତଡ଼ିପାର୍ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି' । କେନ୍ଦ୍ରର ଗାଇଡ୍ ଲାଇନ୍ ଅନୁସାରେ ରାଜ୍ୟରେ କାମ ଆରମ୍ଭ ହୋଇଛି' । ଅନୁପ୍ରବେଶକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।

suresh pujari
ଓଡ଼ିଶାକୁ ଆଉ ଏକ ବେଙ୍ଗଲ କରିବାକୁ ଅନୁପ୍ରବେଶକାରୀ ଆସୁଛନ୍ତି' । ଓଡ଼ିଶାର ମୋହନ ମାଝୀ ସରକାର ତାହା କରାଇ ଦେବେ ନାହିଁ' । ବାକି ଯାହା ଓଡ଼ିଶାରେ ବାଂଲାଦେଶୀ ସନ୍ଦେହରେ କିଛି ଲୋକଙ୍କୁ ଅଟକ ରଖିବା କଥା ମହୁଆ କହିଛନ୍ତି ତାହା ସତ । କାରଣ , ମୁଁ ନିଜେ ବୁଝିଛି ଯେଉଁ ଅନୁପ୍ରବେଶକାରୀ ଧରା ପଡ଼ିଛନ୍ତି ସେମାନେ ପାକିସ୍ତାନ ଓ ବାଂଲାଦେଶ ସହ କଥା ହେଉଛନ୍ତି । ଏହାର ଅର୍ଥ ସେମାନେ ପାକିସ୍ତାନ ଓ ବାଂଲାଦେଶ ସହ ସମ୍ପର୍କରେ ଅଛନ୍ତି ସେଥିପାଇଁ କଥା ହେଉଛନ୍ତି । ଆମେ କ' ଣ କେବେ ପାକିସ୍ତାନ ସହ କଥା ହେଉଛୁ କି ? ଅନୁପ୍ରବେଶ କାରୀଙ୍କୁ ତଡ଼ିପାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ପହଞ୍ଚିସାରିଛି । ଓଡ଼ିଶା ସରକାର ମଧ୍ୟ ସେ ଦିଗରେ କାମ ଆରମ୍ଭ କରିଛନ୍ତି ।

ଝାରସୁଗୁଡ଼ାରେ ମଧ୍ୟ ଅନେକ ଆତଙ୍କବାଦୀମାନେ ବେଙ୍ଗଲୁରୁ କ୍ରାଇମ୍ କରି ପଳେଇ ଆସିଥିଲେ , ସେମାନଙ୍କୁ ଧରିବା ବେଳକୁ ବେଙ୍ଗଲ ଲୋକ ଆସି ଝାରସୁଗୁଡ଼ାରେ ପହଞ୍ଚିଛନ୍ତି । ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଚାଲିଛି ,ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ । ଓଡ଼ିଶାକୁ ଆଉ ଗୋଟେ ବେଙ୍ଗଲ ଭାବେ ଗଢ଼ି ତୋଳିବା ପାଇଁ ଅନୁପ୍ରବେଶକାରୀ ଏଠାକୁ ଆସୁଛନ୍ତି । କିନ୍ତୁ ଓଡ଼ିଶାର ମୋହନ ମାଝୀ ସରକାର ତାହା କରେଇ ଦେବେ ନାହିଁ । ଅନୁପ୍ରବେଶ କାରୀମାନେ ଏଠି ଆସି ବନ୍ଧୁକ କାରଖାନା କି ଡ୍ରଗ୍ସ କାରବାର କରିବେ ତାହା ଆମେ କରେଇ ଦେବୁନି । ବାଂଲାଦେଶରୁ ବେଙ୍ଗଲ ହେଇ ଓଡ଼ିଶା ରେ ଯେଉଁ କାର୍ଯ୍ୟ ସବୁ ଚାଲିଛି ସେ ଷଡଯନ୍ତ୍ରରେ ଆମେ ସମ୍ପୂର୍ଣ୍ଣ ପୂର୍ଣ୍ଣଚ୍ଛେଦ ପକେଇବୁ' ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+