ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ , ଶ୍ରୀମନ୍ଦିର ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ମୁଖ୍ୟ ପ୍ରଶାସକଙ୍କ ସୂଚନା
ଶ୍ରୀମନ୍ଦିର ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରୋଟୋକଲରେ ଶ୍ରୀମନ୍ଦିର ଆସୁଥିବା ଅତିଥିଙ୍କ ପାଇଁ ଏସ୍ଓପି ପ୍ରସ୍ତୁତ ହୋଇଛି। ପ୍ରୋଟୋକଲ ଦାୟିତ୍ବରେ କେବଳ ଶ୍ରୀମନ୍ଦିର ପ୍ରଶାସନ ରହିବେ। ଶ୍ରୀମନ୍ଦିର ପରିସରରେ ମୋବାଇଲ୍ କଟକଣାକୁ ଆହୁରି କଡ଼ା କରାଯିବ। ନୀତିକାନ୍ତି ସମ୍ବନ୍ଧୀୟ ଯେଉଁମାନଙ୍କର କାମ ଥିବ, କେବଳ ସେମାନଙ୍କୁ ଅନୁମତି ଦିଆଯିବ। କାଲିର ବିବାଦକୁ ନେଇ କ୍ଷମାପ୍ରାର୍ଥନା କରିବା ସହ ସମନ୍ବୟ ଅଭାବ ଯୋଗୁଁ ଏଭଳି ଘଟିଛି ବୋଲି କହିଛନ୍ତି। ସିସିଟିଭି ଫୁଟେଜ୍ ଆଧାରରେ ଯିଏ ବି ଦୋଷୀ କାର୍ଯ୍ୟାନୁଷ୍ଠାନ ହେବ। ତଦନ୍ତ ନିର୍ଦେଶ ଦେଇଛନ୍ତି।

ସୂଚନା ମୁତାବକ ଗତକାଲି ନବବର୍ଷର ପ୍ରଥମ ରବିବାରରେ ପ୍ରୋଟୋକଲ ଦର୍ଶନକୁ ନେଇ ଶ୍ରୀମନ୍ଦିର କମାଣ୍ଡର ଏବଂ ସ୍ଵତନ୍ତ୍ର ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଥିଲେ। ଶ୍ରୀମନ୍ଦିର ସାତ ପାହାଚ ପୂର୍ବରୁ କୀର୍ତ୍ତନ ଚକଡାରେ ଶ୍ରୀମନ୍ଦିର କମାଣ୍ଡର ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବ୍ୟାରିକେଡରେ ସୁରକ୍ଷାକର୍ମୀଙ୍କ ପ୍ରୋଟୋକଲ ଦର୍ଶନକୁ ଶ୍ରୀମନ୍ଦିର କମାଣ୍ଡର ସୁଧାଂଶୁ ପଟ୍ଟନାୟକ ବିରୋଧ କରିଥିଲେ। ଏ ନେଇ ଶ୍ରୀମନ୍ଦିର ଭିତରେ ଠେଲାପେଲା ପରିସ୍ଥିତି ଉପୁଜିଥିଲା। ମନ୍ଦିର କମାଣ୍ଡରଙ୍କୁ ସ୍ଵତନ୍ତ୍ର ସୁରକ୍ଷାକର୍ମୀ ଧକ୍କା ମାରିବା ସହ ଗାଳିମନ୍ଦ କରିଥିଲେ। ଏଥିପାଇଁ ସାତପାହାଚ ଧାଡି ଦର୍ଶନ ସକାଳଧୂପ ପରେ ପ୍ରାୟ ୩୦ ମିନିଟ୍ ପାଇଁ ବନ୍ଦ ରହିଥିଲା। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ଷମାପ୍ରାର୍ଥନା କରିବା ସହ ସମନ୍ବୟ ଅଭାବ ଯୋଗୁଁ ଏଭଳି ଘଟିଛି ବୋଲି କହିଛନ୍ତି। ଏବଂ ତଦନ୍ତ ନିର୍ଦେଶ ଦେଇଛନ୍ତି।












Click it and Unblock the Notifications