ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ କଲେ ନିଆଯିବ କାର୍ଯ୍ୟନୁଷ୍ଠାନ: କଟକ ଡିସିପି

: ଗଣେଶ ମୂର୍ତ୍ତିକୁ କଦର୍ଥ କରାଯାଇଥିବା ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ । ପୋଲିସ ପ୍ରଶାସନ ଏଦିଗରରେ ନିଷ୍ପତି ନେବାକୁ କହିଲେ ହାଇକୋର୍ଟ । ଏପଟେ ହାଇକୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ।

କଟକ: ଗଣେଶ ମୂର୍ତ୍ତିକୁ କଦର୍ଥ କରାଯାଇଥିବା ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ । ପୋଲିସ ପ୍ରଶାସନ ଏଦିଗରରେ ନିଷ୍ପତି ନେବାକୁ କହିଲେ ହାଇକୋର୍ଟ । ଏପଟେ ହାଇକୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି । ବିକୃତ୍ତ ମୂର୍ତ୍ତି ନିର୍ମାଣ ନକରିବା ଲାଗି ମୂର୍ତ୍ତି କାରିଗରଙ୍କୁ ତାଗିଦ କରାଯାଇଛି । ଏଥିସହ କ୍ଲବଗୁଡିକୁ ମଧ୍ୟ ତାଗିଦ କରାଯାଇଛି । ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇବା ଭଳି ପଦକ୍ଷେପକୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ ବୋଲି ଡିସିପି କହିଛନ୍ତି ।

Cuttack DCP

ସୂଚନାଯୋଗ୍ଯ ଯେ, ସ୍କୁଲ ଛାତ୍ର ବେଶରେ ଗଣେଶ ମୂର୍ତ୍ତିର୍ ନିର୍ମାଣ କରାଯାଇଥିବା ବେଳେ ଅନ୍ୟ ଏକ ମୂର୍ତିରେ ଗଣେଶଙ୍କ ଉଗ୍ର ରୂପ ଦେଖିବାକୁ ମିଳିଥିଲା । ଗଣେଶଙ୍କ ଏପରି ରୂପକୁ ନେଇ ବିବାଦ ଦେଖାଦେଇଥିଲା । ଏପରି ମୂର୍ତିକୁ ଭାଙ୍ଗିବା ପାଇଁ କାରିଗରଙ୍କୁ କହିଥିଲା ପୋଲିସ । ହେଲେ କାରିଗରଙ୍କ ଯୁକ୍ତି ଯେପରି ବରାଦ ଆସିଛି, ସେହି ଅନୁସାରେ ନିର୍ମାଣ କରାଯାଇଛି । ମୂର୍ତ୍ତି ଭାଙ୍ଗିଲେ, ସେଥିପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ କିଏ ଦେବ? ତାଙ୍କୁ ପାରିଶ୍ରମିକ ମିଳିବ କିପରି? ଏହାକୁ ନେଇ ମୂର୍ତି କାରିଗରଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା ।

ପୋଲିସ ସବୁବେଳେ ଏପରି ମୂର୍ତ୍ତି ନିର୍ମାଣ ନକରିବା ପାଇଁ ଅନୁରୋଧ କରି ଆସିଛି। ଏଥିରେ ବ୍ୟତିକ୍ରମ ଦେଖିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ । ଯଦି ଆପଣ ଏପରି ମୂର୍ତ୍ତି ପୂଜା ପେଣ୍ଡାଲରେ ପ୍ରତିଷ୍ଠା କରିବାକୁ ଯାଉଛନ୍ତି ଏଥରୁ ନିବୃତ୍ତ ରହିବାକୁ ଅପିଲ କରିଛନ୍ତି ଡିସିପି । ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇବା ଭଳି ପଦକ୍ଷେପକୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛିନ୍ତି ଡିସିପି ପିନାକ ମିଶ୍ର ।

କେବଳ କଟକ ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟଙ୍କ ମୂର୍ତ୍ତିକୁ ଭିନ୍ନ ଭିନ୍ନ ରୂପ ଦିଆଯାଇଛି। କେଉଁଠି ଗଣେଶ ଘୋଡା ଉପରେ ବସିଛନ୍ତି ତ ଆଉ କେଉଁଠି ଗରୁଡ ଉପରେ। କେଉଁ ମୂର୍ତ୍ତି କାରିଗର ସାଇବାବାଙ୍କ କୋଳରେ ଗଣେଶଙ୍କୁ ସ୍ଥାନ ଦେଇଛନ୍ତି ତ ଆଉ କିଏ ଦେଇଛନ୍ତି ଶିବଙ୍କ ରୂପ। ସେହିପରି ଅନ୍ୟ କେଉଁଠି ଗଣେଶ କାଳୀୟ ଦଳନ କରୁଛନ୍ତି ଆଉ ସମୁଦ୍ର ମନ୍ଥନ ବି। ଲମ୍ବୋଦର ବଦଳରେ ଗଣେଶଙ୍କ ସିକ୍ସ ପ୍ୟାକ୍ ସାଙ୍ଗକୁ ବାହୁବଳୀ ବେଶ ଯେତିକି ଆକର୍ଷଣୀୟ କରୁଛି ସେତିକି ବିବାଦ ମଧ୍ୟ ସୃଷ୍ଟି କରୁଥିଲା ।

ମହାମାରୀ ପାଇଁ ଦୁଇ ବର୍ଷ ହେଲା ସାର୍ବଜନୀନ ପୂଜା ବନ୍ଦ ରହିଥିଲା। ପୂଜା ପାଇଁ ଏଥର କଟକଣା କୋହଳ ହୋଇଛି। ବିଘ୍ନ ବିନାଶକଙ୍କ ଆଗମନ ପାଇଁ ଉତ୍ସବ ମୁଖର ହୋଇଉଠିଛି ସାରା ରାଜ୍ୟ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+