ରାଜନଗର ବିଡିଓଙ୍କୁ ଦୁର୍ବ୍ୟବହାର ଘଟଣାରେ ଆକ୍ସନ; ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ରାଜନଗର ବିଡିଓଙ୍କୁ ଦୁର୍ବ୍ୟବହାର ଘଟଣାରେ ତଦନ୍ତ ନିର୍ଦ୍ଦେଶ ।ଓଏଏସ ସଂଘର ଅଭିଯୋଗ ପରେ ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ବ୍ଲକ୍ ଚେୟାରମ୍ୟାନଙ୍କ ପକ୍ଷରୁ ଅଭିଯୁକ୍ତଙ୍କ ନାଁରେ ଏତଲା ଦିଆଯାଇଛି । ପୋଲିସ ଅଧିକ୍ଷକଙ୍କ ସହ ସୁରକ୍ଷା ବ୍ୟବସ୍ଥା ବିଷୟରେ ଆଲୋଚନା କରିଛନ୍ତି। ମହିଳା ଅଧିକାରୀଙ୍କ ପାଇଁ ନ୍ୟାୟ ଦାବି କରି ଏବଂ ଉପମୁଖ୍ୟମନ୍ତ୍ରୀଙ୍କ କାଫଲାକୁ ଅବରୋଧ କରି ବିଜେଡି କର୍ମୀମାନେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

orders investigation

ରାଜନଗର ମହିଳା ବିଡିଓଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରିଛି ଓଏଏସ ସଂଘ । ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘର ଦାବି । ଏନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲା ଓଏଏସ୍ ସଂଘ । ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନ ଚେତାବନୀ ଦେଇଛି । ଘଟଣା ପରେ ଛୁଟିରେ ଗଲେ ବିଡ଼ିଓ ତିଳୋତ୍ତମା ପୃଷ୍ଟି । ସେପଟେ ଘଟଣାକୁ ୪ ଦିନ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନ ହୋଇଥିବାରୁ ସରପଞ୍ଚ ସଂଘର ପ୍ରତିବାଦ । ବ୍ଲକ ଅଫିସ ରେ ତାଲା ପକାଇଲା ସରପଞ୍ଚ ସଂଘ । ବ୍ଲକରେ ଅଚଳା ଅବସ୍ଥା ଜାରି । ସରକାରୀ କାର୍ଯ୍ୟ ଠପ ରହିଛି ।

ସୂଚନା ଯୋଗ୍ୟ; ରାଜନଗରରେ ମହିଳା ବିଡିଓଙ୍କୁ ଆକ୍ରମଣ ଅଭିଯୋଗ ସାମ୍ନାକୁ ଆସିଛି। ରାଜନଗର ବିଡିଓ ତିଳୋତ୍ତମା ପୃଷ୍ଟିଙ୍କୁ ବିଜେପି କର୍ମୀଙ୍କ ସଂଘବଦ୍ଧ ଆକ୍ରମଣ ହୋଇଛି। ବିଜେପି ନେତା ଲଳିତ ବେହେରାଙ୍କ ସହିତ ୪୦ରୁ ଅଧିକ କର୍ମୀଙ୍କ ସହ ବିଡିଓ ତିଳୋତ୍ତମା ପୃଷ୍ଟିଙ୍କ କାର୍ଯ୍ୟାଳୟକୁ ଆସିଥିଲେ । କୌଣସି କାମକୁ ନେଇ ବିଡିଓଙ୍କ ସହ ସେମାନଙ୍କର ବଚସା କରିଥିଲେ । ଏହି ସମୟରେ ଲଳିତ ବେହେରା ବିଡିଓଙ୍କ ଟେବୁଲ ଉପରେ ଥିବା କଂପ୍ୟୁଟର ଉଠାଇ ଆକ୍ରମଣ ଉଦ୍ୟମ କରିଥିଲେ ।

ହୋହାଲ୍ଲା ଶୁଣି ବିଡିଓଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଘଟଣାସ୍ଥଳକୁ ଆସିଯିବାରୁ ଲଳିତ ବେହେରା ଓ ତାଙ୍କ ସମର୍ଥକ ଘଟଣାସ୍ଥଳରୁ ଚାଲିଯାଇଥିଲେ। ଏହି ଘଟଣାର ସମସ୍ତ ଦୃଶ୍ୟ ବିଡିଓଙ୍କ କାର୍ଯ୍ୟାଳୟରେ ଥିବା ସିସିଟିଭିରେ ରେକର୍ଡିଂ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+