Get Updates
Get notified of breaking news, exclusive insights, and must-see stories!

ରୋଗୀ ଖସି ପଡିବାର ଘଟଣାର କାର୍ଯ୍ୟାନୁଷ୍ଠାନ, ବଦଳିଲେ ପ୍ରଫେସର ଓ ୩ ନର୍ସିଂ ଅଫିସର

SCB ICU ବେଡରୁ ରୋଗୀ ଖସି ପଡିବାର ଘଟଣାର କାର୍ଯ୍ୟାନୁଷ୍ଠାନ। ବଦଳିଲେ ପ୍ରଫେସର ଓ ୩ ନର୍ସିଂ ଅଫିସର। ଯେଉଁମାନେ ଡ୍ୟୁଟିରେ ଥିଲେ ସେମାନଙ୍କୁ ଦାୟିତ୍ବରୁ ହଟାଯାଇଛି। କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ଦେଇଛନ୍ତି SCB ଅତିରିକ୍ତ ଅଧୀକ୍ଷକ। ଏସସିବି ଆଇସିୟୁରୁ ଚକିତ କଲାଭଳି ଚିତ୍ର ସାମ୍ନାକୁ ଆସିଥିଲା। ଜଣେ ମହିଳା ରୋଗୀ ଶୋଇଥିବା ବେଡର ବାଡ଼ା ଭାଙ୍ଗି ତଳକୁ ଖସିପଡୁଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା।

acb

ଆଇସିୟୁ ରୁମରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଏଭଳି ଅବସ୍ଥା ବେଳେ କେହି କେମିତି ପାଖରେ ନଥିଲେ ଓ ସେ କିଭଳି ଏମିତି ଅବସ୍ଥାକୁ ଆସିଲେ, ତାହା ରୋଗୀ ଓ ରୋଗୀଙ୍କ ସଂପର୍କୀୟ ମହଲରେ ଆଲୋଡ଼ନ ସୃଷ୍ଟି କରିଥିଲା। ଖୋଦ୍ କଟକ ଏସିସିବି ଆଇସିୟୁ ଭିତରେ ରୋଗୀ ଅବହେଳାର ଏ ନଗ୍ନ ଚିତ୍ର ସାମ୍ନାକୁ ଆସିବା ପରେ ଦାୟିତ୍ବରେ ଥିବା ଡାକ୍ତର- ନର୍ସ ଓ ଆଟେଣ୍ଡାଣ୍ଟଙ୍କ ଖାମଖିଆଲି ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ସୂଚନା ଅନୁସାରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ମେଡିସିନ୍ ଆଇସିୟୁ ଭିତରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣେ ମହିଳା ରୋଗୀ ଛଟପଟ ହୋଇ ବାଡ ଭାଙ୍ଗି ସିଧା ବେଡ୍‌ ତଳକୁ ଖସିପଡୁଛନ୍ତି । ତେବେ ସେ ସମୟରେ ଡ୍ୟୁଟି ଥିବା ଡାକ୍ତର, ନର୍ସ କଣ କରୁଥିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏସସିବି ମେଡ଼ିକାଲର ଆଇସିୟୁରେ ଅବହେଳା ଘଟଣା ନୂଆ ନୁହେଁ । ଆଗରୁ ମଧ୍ୟ ଆଇସିୟୁ ଭିତରେ ରୋଗୀ ଅବହେଳାର ଅନେକ ଦୁର୍ନାମ ଏସସିବି ମୁଣ୍ଡାଇଛି । ଏସସିବିର ଟ୍ରମା ଆଇସିୟୁରେ କର୍ମଚାରୀ ଓ ନର୍ସମାନେ ହୋଲି ରଙ୍ଗ ଖେଳୁଥିବାର ଦୃଶ୍ୟ ଭାଇରଲ ହୋଇଥିଲା । ସେହିପରି ସେଣ୍ଟ୍ରାଲ ଆଇସିୟୁ ଭିତରେ ଜଣେ ଗୁରୁତର ମହିଳା ରୋଗୀଙ୍କୁ ଏକା ପାଇ ଅସଦାଚରଣ କରିଥିଲେ ମେଡିକାଲର ଜଣେ ଚତୁର୍ଥଶ୍ରେଣୀ ଠିକା କର୍ମଚାରୀ । ପରିବାର ଲୋକଙ୍କ ଅଭିଯୋଗ ପରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଥିଲା ମଙ୍ଗଳାବାଗ ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+