ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ ମନା ! ରାସ୍ତାଘାଟରେ ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ ବିକିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ରାସ୍ତାଘାଟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି କରୁଥିବା ଦୋକାନୀଙ୍କ ଉପରେ ସରକାର ନେବେ କଠୋର କାର୍ଯ୍ୟାନୁଷ୍ଠାନ । ପେଟ୍ରୋଲ ପମ୍ପ ମାଲିକ ସଂଘ ସହ ବୈଠକ ପରେ ଯୋଗାଣ ମନ୍ତ୍ରୀ ଦେଲେ ବଡ଼ ସୂଚନା । ଖୁଚୁରା ଭାବେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ ।

ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି କରାଯାଇ ପାରିବ ନାହିଁ । କାଚ, ଟିଣ ବୋତଲରେ ପେଟ୍ରୋଲ ବିକ୍ରି ପାଇଁ ସରକାରଙ୍କ ଅନୁମତି । ଖୋଲାଖୋଲି ପେଟ୍ରୋଲ ବିକ୍ରି ଉପରେ ଲାଗିବ ଅଙ୍କୁଶ । ଆଗାମୀ ଦିନରେ ସରକାର ଏ ନେଇ ଆଣିବେ ଗାଇଡ୍ ଲାଇନ୍ ।
ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ନେବାକୁ ସରକାରଙ୍କ ପକ୍ଷରୁ ମନା କରାଯାଇଛି। କିନ୍ତୁ ପ୍ଲାଷ୍ଟିକ ବୋତଲ ବଦଳରେ କାଚ ବୋତଲରେ ପେଟ୍ରୋଲ ମିଳିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି । ପେଟ୍ରୋଲିୟମ ନିୟମ ଅନୁଯାୟୀ ଆଇନ ହେବ ବୋଲି ମନ୍ତ୍ରୀ କହିଛନ୍ତି।












Click it and Unblock the Notifications