ସହରାଞ୍ଚଳରେ ବନ୍ୟାସ୍ଥିତିର ମୁକାବିଲା ପାଇଁ ଆକ୍ସନ ପ୍ଲାନ୍; ବନ୍ୟା ଦ୍ବାରା ପ୍ରଭାବିତ ହେଲେ ୭୨ ଘଣ୍ଟାରେ ରାସ୍ତା ମରାମତି
ସହରାଞ୍ଚଳରେ ବନ୍ୟାସ୍ଥିତିର ମୁକାବିଲା ପାଇଁ ଆକ୍ସନ ପ୍ଲାନ୍ । ସ୍ବାଭାବିକଠୁ ଅଧିକ ବର୍ଷା ସମ୍ଭାବନା ଥିବାରୁ ନଗର ଉନ୍ନୟନ ବିଭାଗର ପଦକ୍ଷେପ । ସବୁ ଡ୍ରେନ୍, ମ୍ୟାନହୋଲ୍ର ଯାଞ୍ଚ କରିବାକୁ ସବୁ ପୌରପାଳିକାକୁ ନିର୍ଦ୍ଦେଶ। ବାତ୍ୟା, ବନ୍ୟା ଦ୍ବାରା ପ୍ରଭାବିତ ହେଲେ ୭୨ ଘଣ୍ଟାରେ ହେବ ରାସ୍ତା ମରାମତି । ବନ୍ୟା ପ୍ଳାବିତ ତଳିଆ ଅଞ୍ଚଳ ଚିହ୍ନଟ ସହ ଆଗୁଆ ପମ୍ପସେଟ୍ ମହଜୁଦ ରଖ। ସ୍କୁଲ, କଲେଜକୁ ଆଶ୍ରୟ ସ୍ଥଳ ଭାବେ ବ୍ୟବହାର କରିବାକୁ ନିର୍ଦ୍ଦେଶ। ଜରୁରୀ ସୂଚନା ପାଇଁ କଣ୍ଟ୍ରୋଲ ରୁମ୍ ଖୋଲିବାକୁ ନିର୍ଦ୍ଦେଶ ।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଓ ଅନ୍ୟ ଆନ୍ତର୍ଜାତୀୟ ପାଣିପାଗ ମଡେଲ ଅନୁଯାୟୀ, ମେ' ୨୦୨୫ରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ଓଡ଼ିଶା ଉପକୂଳ ପ୍ରଭାବିତ ହେବାର ଅନୁମାନ କରାଯାଇଛି। ଏହି ଝଡ଼, ଯାହାର ନାମ ସମ୍ଭାବ୍ୟ 'ଶକ୍ତି' ରଖାଯାଇଛି। ମେ' ୨୩ରୁ ୨୮ ତାରିଖ ମଧ୍ୟରେ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଖୁଲନା ଓ ଚଟ୍ଟୋଗ୍ରାମ ଅଞ୍ଚଳକୁ ପ୍ରଭାବିତ କରିବାର ଆଶଙ୍କା ରହିଛି।
ଏପରିକି ମେ ୨୭ ଓ ୨୮ ତାରିଖରେ ଓଡ଼ିଶାର ଅନେକ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଅନୁସାରେ, ବଙ୍ଗୋପସାଗରରେ ଏକ ନିମ୍ନଚାପ ରେଖା ପ୍ରଭାବରେ ଏହି ବର୍ଷା ହେବ। ବର୍ଷାକୁ ଦୃଷ୍ଟିରେ ରଖି ସରକାର ସହରାଞ୍ଚଳରେ ବନ୍ୟା ମୁକାବିଲା ପାଇଁ ବଡ଼ ଆକ୍ସନ ପ୍ଲାନ କରିଛନ୍ତି। ସ୍ବାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ଥିବାରୁ ନଗରଉନ୍ନୟନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି।












Click it and Unblock the Notifications