ରଥଯାତ୍ରା ବେଳେ ନିୟମ ଉଲ୍ଲଙ୍ଘନ କରିଥିଲେ, ୧୦ ଜଣଙ୍କୁ ବାନ୍ଧିଲା ପୋଲିସ
ରଥଯାତ୍ରା ପାଇଁ ସହରରେ 48 ଘଣ୍ଟା ପାଇଁ ଜାରି ହୋଇଥିଲା କର୍ଫ୍ୟୁ । ଏମିତି ଘର ଛାଡ ଉପରେ ବସି ରଥଯାତ୍ରା ଦେଖିବା ମଧ୍ୟ ଆଇନ ବିରୋଧ ଥିଲା । ତେବେ କର୍ଫ୍ୟୁ ନିୟମକୁ ଉଲ୍ଲଙ୍ଘନ କରିଥିବା ୧୦ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପୁରୀ ପୋଲିସ।
ପୁରୀ: ରଥଯାତ୍ରା ପାଇଁ ସହରରେ 48 ଘଣ୍ଟା ପାଇଁ ଜାରି ହୋଇଥିଲା କର୍ଫ୍ୟୁ । ଏମିତି ଘର ଛାଡ ଉପରେ ବସି ରଥଯାତ୍ରା ଦେଖିବା ମଧ୍ୟ ଆଇନ ବିରୋଧ ଥିଲା । ତେବେ କର୍ଫ୍ୟୁ ନିୟମକୁ ଉଲ୍ଲଙ୍ଘନ କରିଥିବା ୧୦ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପୁରୀ ପୋଲିସ।

ହରିୟାଣାର ଗୋବିନ୍ଦକ୍ରିଷ୍ଣା ଦାସ ଓ ଅତୁଲ କ୍ରିଷ୍ଣାଙ୍କ ସହ ୧୦ ଜଣ ପୁରୀରେ କର୍ଫ୍ୟୁ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ଥିଲା। ଗୋବିନ୍ଦ ଏବଂ ଅତୁଲଙ୍କୁ ଛାଡ଼ିଲେ ବାକି ୮ ଜଣ ପୁରୀ ସହର ବାସିନ୍ଦା ବୋଲି ପୋଲିସ ସୂଚନା ଦେଇଛି। ବାକି ୮ ଜଣ ହେଲେ ପୁରୀର ସୋମନାଥ ସାହୁ, ରଞ୍ଜନ କୁମାର ପାତ୍ର, ସୁବ୍ରତ ପଣ୍ଡା, ଭବାନୀ ଜେନା, ମନୋରଞ୍ଜନ ମିଶ୍ର, ରାଜଦୀପ ହରିଚନ୍ଦନ, ରଘୁନାଥ ସରାଫ ଓ ବିଶ୍ୱନାଥ ସାହୁ। ଏମାନଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ ପରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛି ପୋଲିସ।
ତେବେ ଆଜି ସକାଳେ ବଡ଼ଦାଣ୍ଡରେ ଥିବା ଅକ୍ଷୟ ପାତ୍ର ଫାଉଣ୍ଡେସନ ଅଫିସକୁ ଜିଲ୍ଲା ପ୍ରଶାସନ ସିଲ କରିଥିବା ବେଳେ ବୁଧବାର ମଧ୍ୟ ଗଙ୍ଗା ଲଜିଂକୁ ସିଲ କରିଥିଲା ପ୍ରଶାସନ। ଇସ୍କନ ଭକ୍ତ ଛାତରେ ରହି ରଥ ଦେଖିବା ଅଭିଯୋଗରେ ଅକ୍ଷୟ ପାତ୍ର ଫାଉଣ୍ଡେସନ ସିଲ୍ ହୋଇଛି।












Click it and Unblock the Notifications