କୋଭିସିଲ୍ଡ ୨ୟ ଡୋଜ୍ ନେଇ ସମସ୍ତ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ବିଭାଗ ACS
କୋଭିସିଲ୍ଡ ୨ୟ ଡୋଜ୍ ନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଚିଠି । ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ସିଡିଏମ୍ଓ ମାନଙ୍କୁ ଚିଠି ଲେଖିଲେ ACS । ନୂଆ ମାର୍ଗଦର୍ଶିକା ଅନୁଯାୟୀ ଟିକାର ୨ୟ ଡୋଜ ଦେବାକୁ ପରାମର୍ଶ ।
ଭୁବନେଶ୍ୱର: କୋଭିସିଲ୍ଡ ୨ୟ ଡୋଜ୍ ନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଚିଠି । ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ସିଡିଏମ୍ଓ ମାନଙ୍କୁ ଚିଠି ଲେଖିଲେ ACS । ନୂଆ ମାର୍ଗଦର୍ଶିକା ଅନୁଯାୟୀ ଟିକାର ୨ୟ ଡୋଜ ଦେବାକୁ ପରାମର୍ଶ ।
ପୂର୍ବରୁ କୋଭିସିଲଡ୍ ପ୍ରଥମ ଡୋଜର ୪ରୁ ୬ ସପ୍ତାହ ପରେ ୨ୟ ଡୋଜ୍ ନେବା ନିୟମ ଥିଲା କିନ୍ତୁ ଏବେ ୪ରୁ ୮ ସପ୍ତାହ ମଧ୍ୟରେ ୨ୟ ଡୋଜ୍ ନେବାକୁ ନିୟମ କରାଯାଇଛି। ଯିଏ ଟିକା ନେବେ, ସେ ନିଜେ ତାରିଖ ନିର୍ଦ୍ଧାରିତ କରି ଟିକା ନେଇ ପାରିବେ । ବର୍ତ୍ତମାନ କୋଭାକ୍ସିନ ପାଇଁ କୌଣସି ନିର୍ଦ୍ଦେଶ ଆସିନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ସେପଟେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଏସ୍ସିବି ମେଡିକାଲରେ ବ୍ୟାପକ ପ୍ରସ୍ତୁତି ହୋଇଛି। ଏସ୍ସିବି ମେଡିକାଲ ଆଖି ବିଭାଗର ଚତୁର୍ଥ ମହଲାରେ କରୋନା ଓ୍ୱାର୍ଡ କରାଯାଇଛି। ସେଠାରେ ଗୋଟିଏ ପଟେ ଆଇସୋଲେସନ ଓ୍ୱାର୍ଡ ଓ ଅନ୍ୟ ପଟେ କରୋନା ୱାର୍ଡ ପାଇଁ ବ୍ୟବସ୍ଥା ହୋଇଛି। କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ମୋଟ ୭୫ଟି ବେଡ୍ ଓ ସେଥିରୁ ୨୩ ଟି ଆଇସିୟୁ ବେଡ୍ ରହିଛି। ଯଦି ସଂକ୍ରମିତଙ୍କ ସଂଖ୍ୟା ବଢ଼େ ତେବେ ଅଧିକ ସଂଖ୍ୟକ ବେଡ୍ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଏସ୍ସିବି ମେଡିକାଲର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା।












Click it and Unblock the Notifications