ରାଜନୀତିରୁ ଅବସର ନେଲେ ଅଚ୍ୟୁତ ସାମନ୍ତ

Achyuta Samanta: ପ୍ରତ୍ୟେକ ରାଜନୀତିରୁ ଅବସର ନେଲେ ବିଜେଡି ନେତା ତଥା କନ୍ଧମାଳ ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ । ଆଜି ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଜୁନ୍ ୯ ତାରିଖଠୁ ସେ ରାଜନୀତିରୁ ଅବ୍ୟାହତି ନେବେ ବୋଲି ପ୍ରକାଶ କରିଛନ୍ତି ।

ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଅଚ୍ୟୁତ ସାମନ୍ତ । ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ତାଙ୍କୁ ସୁଯୋଗ ଦେଇଥିବାରୁ ସେ ବିଜେଡି ସୁପ୍ରିମୋଙ୍କୁ କୃତଜ୍ଞ ଜଣାଇଛନ୍ତି । ସେ ରାଜନୀତିରୁ ଅବସର ନେବେ ବେଲେ ସମାଜସେବାରେ ସକ୍ରିୟ ରହିବେ ବୋଲି ମଧ୍ୟ ସାଂସଦ ଅଚ୍ୟୁତ ସାମନ୍ତ ସୂଚନା ଦେଇଛନ୍ତି ।

Achyuta Samanta

ସୂଚନାଥାଉ ଯେ, ଶ୍ରୀ ସାମନ୍ତ ୨୦୧୮ ମସିହା ମାର୍ଚ୍ଚ ୭ ତାରିଖରେ ରାଜନୀତିରେ ପ୍ରବେଶ କରିଥିଲେ । ସେହିପରି ସମାନ ବର୍ଷ ଏପ୍ରିଲ ୪ ତାରିଖରେ ସେ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସଭା ଯାଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ସେ ବିଜେପି ପାର୍ଥୀ ଖାରବେଳ ସ୍ୱାଇଁଙ୍କୁ ପରାସ୍ତ କରି ପ୍ରାୟ ଏକ ଲକ୍ଷ ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଥିଲେ । ହେଲେ ଚଳିତ ବର୍ଷ ଅର୍ଥାତ୍ ୨୦୨୪ ଲୋକସଭା ନିର୍ବାଚନରେ ସେ କନ୍ଧମାଳ ସଂସଦୀୟ କ୍ଷେତ୍ରରୁ ଲଢି ପରାଜିତ ହୋଇଥିଲେ । ସେହିପରି ସେ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+