ବିଦାୟୀ ବର୍ଷରେ ଭିଜିଲାନ୍ସ ହାତରେ ୫୦ କ୍ଲାସ୍ ୱାନ୍ ଅଫିସର୍ ସମେତ ୧୮୧ ବାବୁ
ଭୁବନେଶ୍ବର: ସରକାରୀ ଚାକିରିଆଙ୍କୁ ଦୁର୍ନୀତି ଗ୍ରାସିଛି। ବିନା ଲାଞ୍ଚରେ କୌଣସି କାମ ହୋଇପାରୁ ନାହିଁ। ଜନସାଧାରଣଙ୍କର ସେବା ପାଇଁ ସରକାର ଲୋକଙ୍କୁ ଚାକିରି ଦେଉଛନ୍ତି। କିନ୍ତୁ ଯେଉଁ ଲୋକମାନେ ଏହି ସରକାରୀ ପଦବିରେ ବସୁଛନ୍ତି ପରିବର୍ତ୍ତୀ ସମୟରେ ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। ବିଦାୟୀ ବର୍ଷରେ ୧୮୧ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁଙ୍କୁ ବାନ୍ଧିଛି ଭିଜିଲାନ୍ସ । କେବଳ ସରକାରୀ ବାବୁ ନୁହନ୍ତି ସେମାନଙ୍କ ସହଯୋଗୀଙ୍କୁ ବାନ୍ଧିବା ସହ ସେମାନଙ୍କ ନାଁରେ ରୁଜୁ ହୋଇଛି ୨ଶହରୁ ଅଧିକ ମାମଲା ।
୧୮୧ ଜଣ ସରକାରୀ ଅଫିସରଙ୍କ ମଧ୍ୟରେ ୫୦ ଜଣ କ୍ଲାସ୍ ୱାନ୍ ଅଫିସର, ୬ ଜଣ ଚିଫ୍ ଇଞ୍ଜିନିୟର, ଅବକାରୀ ଯୁଗ୍ମ କମିଶନର, ଡେପୁଟି ଡାଇରେକ୍ଟର ଫିସେରୀ, ସିଟି-ଜିଏସଟିର ଦୁଇ ଜଣ ଆସିଷ୍ଟାଣ୍ଟ କମିଶନର, ୨ ତହସିଲଦାର, ୨ ବିଡିଓ, ୩ ସିଏସଓ ରହିଛନ୍ତି । ଏହା ସହ ୧୯ ଜଣ ଇଞ୍ଜିନିୟର, ୨୨ ରାଜସ୍ୱ ଅଧିକାରୀ, ୨୦ ଜଣ ପିଆର, ଡିଡବ୍ଲୁ ଅଫିସିଆଲ ସହ ୯ ଜଣ ପୁଲିସ ଅଧିକାରୀ ବି ଗିରଫ ହୋଇଛନ୍ତି । ଏତିକିରେ ସରିନି ଅସାଧୁ କାରବାରରେ ଲିପ୍ତ ଥିବା ଅଭିଯୋଗରେ ଭିଜିଲାନ୍ସ ୫ ଡାକ୍ତର, ୩ ବନ ଅଧିକାରୀଙ୍କୁ ବି ଗିରଫ କରିଛି ।

୬୦ରୁ ଅଧିକ ଆୟ ବହିର୍ଭୂତି ସଂପତ୍ତି ଠୁଳ ମାମଲା ରୁଜୁ ହୋଇଥିବା ବେଳେ ୧୩୧ କୋଟି ଟଙ୍କା ସିଜ୍ କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭିଜିଲାନ୍ସ ୯୬ଟି ଟ୍ରାପ କେସ୍ ରୁଜୁ କରିଥିଲା । ଯାହାଦ୍ୱାରା ୧୧୫ଜଣଙ୍କୁ ରଙ୍ଗେ ହାତ ଲାଞ୍ଚ ନେବା ବେଳେ ଧରିଥିଲା । ସେମାନଙ୍କ ମଧ୍ୟରୁ ୯୯ ଜଣ ହେଉଛନ୍ତି ସରକାରୀ ଅଧିକାରୀ । ଏହି ଅଧିକାରୀମାନେ ମୋଟ ୧୯ ଲକ୍ଷ ୨୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିଥିଲେ ।












Click it and Unblock the Notifications