ACF ସୌମ୍ୟାରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀଙ୍କୁ ପାଉନି ପୋଲିସ
ପାରଳାଖେମୁଣ୍ଡି: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତଙ୍କ ମଧ୍ୟରୁ ବିଦ୍ୟାଭାରତୀ ପଣ୍ଡାଙ୍କର କୌଣସି ଖୋଜ ଖବର ପାଉନି ପୋଲିସ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଆଇଆଇସି ବିକ୍ରମ କେଶରୀ ଜେନା ଏହି ସୂଚନା ଦେଇଛନ୍ତି । ୩ ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ବା ଏନବିଡବ୍ଲ୍ୟୁ ଜାରି କରିଛନ୍ତି କୋର୍ଟ ।
ସେହିପରି ଗତକାଲି ବିଦ୍ୟାଭାରତୀ କାର୍ଯ୍ୟରତ ବେତନଟୀ ଅଫିସକୁ ପୋଲିସ ଯାଇଥିଲେ ବି ବିଦ୍ୟାଭାରତୀଙ୍କୁ ତାଙ୍କୁ ପାଇ ନଥିଲା । ବିଦ୍ୟାଭାରତୀ ୨ ତାରିଖ ପର୍ଯ୍ୟନ୍ତ ଛୁଟିରେ ଥିଲେ ବୋଲି ପୋଲିସ ସୂଚନ ପାଇଥିଲା । ଗତକାଲି ଛୁଟି ଅବଧି ସରିଥିବାରୁ ବିଦ୍ୟାଭାରତୀଙ୍କ ଅଫିସକୁ ପୋଲିସ ଯାଇଥିଲା । ହେଲେ ଅଫିସରେ ବିଦ୍ୟାଭାରତୀ ନଥିଲେ । ବିଦ୍ୟାଭାରତୀ ନିଜର ଛୁଟି ଅବଧି ବଢ଼ାଇଛନ୍ତି ନାହିଁ ତାହା ଜଣାପଡ଼ି ନାହିଁ ।

ଏବେ ତାଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଛି । ବିଦ୍ୟାଭାରତୀ ବୈଶିଙ୍ଗା ଥାନା ନଡ଼ପୁର-ନୂଆଗାଁରେ ପ୍ରାଣୀଧନ ନିରୀକ୍ଷକ ବା ଏଲ୍ଆଇ ଭାବେ କାର୍ଯ୍ୟରତ ଅଛନ୍ତି । ସେଠାରେ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ଏହି ମାମଲାରେ ବୈଶିଙ୍ଗା ପୋଲିସ ମଧ୍ୟ ସହଯୋଗ କରୁଥିବା ସୂଚନା ରହିଛି । ବିଦ୍ୟାଭାରତୀ ଜୁନ୍ ୨୮ରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଛୁଟିରେ ଯାଇଥିବା ପୋଲିସକୁ ସୂଚନା ଦେଇଥିଲେ ତାଙ୍କ ଉପରିସ୍ଥ ଅଧିକାରୀ ।
ସୂଚନାଥାଉ କି, ଏସିଏଫ୍ ସୌମ୍ୟରଞ୍ଜନ ପାରଳାଖେମୁଣ୍ଡିରେ କାର୍ଯ୍ୟରତ ଥିବାବେଳେ ୨୦୨୧ ଜୁଲାଇ ୧୧ ତାରିଖ ରାତିରେ ସରକାରୀ ବାସଭବନରେ ସନ୍ଦେହଜନକ ଭାବେ ନିଆଁରେ ପୋଡ଼ି ଗୁରୁତର ଆହତ ହୋଇଥିଲେ । ୨ ଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା । କ୍ରାଇମବ୍ରାଞ୍ଚ ଏହି ମାମଲାକୁ ଦୁର୍ଘଟଣା ଦର୍ଶାଇ ଫାଇଲ ବନ୍ଦ କରିଥିଲା । ଏହାପରେ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ତତ୍କାଳୀନ ଡିଏଫ୍ଓ ସଂଗ୍ରାମ ବେହେରା, ପତ୍ନୀ ବିଦ୍ୟାଭାରତୀ ଓ ରୋଷେୟାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ପାରଳାଖେମୁଣ୍ଡି ଏସଡିଜେଏମଙ୍କ କୋର୍ଟରେରେ ପିଟିସନ୍ ଦାଏର କରିଥିଲେ ।












Click it and Unblock the Notifications