ଟ୍ରିପଲ୍ ମର୍ଡର ଘଟଣାର ଅଭିଯୁକ୍ତ ମୃତ, ସ୍ତ୍ରୀ, ବୋହୂ ଓ ନାତୁଣୀଙ୍କୁ କରିଥିଲେ ହତ୍ୟା
ଦେବଗଡ ଟ୍ରିପଲ ମର୍ଡର ଅଭିଯୁକ୍ତ ରମେଶ ଗରିଆର ମୃତ୍ୟୁ ହୋଇ ଯାଇଛି। ଶନିବାର ପାଣି ଟାଙ୍କି ଉପରୁ ତାକୁ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ । ତେବେ ଉଦ୍ଧାର ପୂର୍ବରୁ ସେ ବିଷ ପିଇଦେଇଥିଲା । ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରି ବୁର୍ଲା ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅଭିଯୁକ୍ତର ମୃତ୍ୟୁ ହୋଇଛି।

ମାର୍ଚ୍ଚ ୧୧ ତାରିଖ । କୁଣ୍ଢେଇଗୋଳା ଥାନା ଗରିଆପାଲି ଗାଁରେ ଘଟିଥିଲା ହୃଦୟ ବିଦାରକ ଘଟଣା । ଘରୋଇ କଳହକୁ କେନ୍ଦ୍ର କରି କରି ୫୦ ବର୍ଷୀୟ ବୃଦ୍ଧ ରମେଶ ଗରିଆ ସାଜିଥିଲା ରକ୍ତମୁଖା । ପ୍ରଥମେ ନିଜ ସ୍ତ୍ରୀକୁ ହତ୍ୟା କରିଥିଲା । ବୋହୂ ବିରୋଧ କରିବାକୁ, ତାକୁ ବି ରାସ୍ତାକୁ ହଟାଇଥିଲା । ଏହି ଘଟଣାକ୍ରମରେ ଚାରି ବର୍ଷର ନାତୁଣୀ ମଧ୍ୟ ଆଖିବୁଜିଥିଲା । ସମସ୍ତଙ୍କୁ ହାତୁଡ଼ିରେ ମାରି ମାରି ହତ୍ୟା କରିଥିଲା ଅଭିଯୁକ୍ତ ରମେଶ ଗରିଆ। ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁସାରେ, ରମେଶଙ୍କୁ ସମସ୍ତେ ନେହୁରା ହୋଇଥିଲେ ଏପରି ଅମାବନୀୟ କାମ ନକରିବା ପାଇଁ, ହେଲେ ସେ କାହାରି ନେହୁରା ଶୁଣିନଥିଲେ । ଏମିତି କି ଛୋଟ ନାତୁଣୀ ବି ଛାଡ଼ିଦେବାକୁ ନେହୁରା ହୋଇଥିଲା ।
ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ଦୁଇ ପୁଅ ଧିରେନ ଓ ଭୁବନ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ସେତେବେଳକୁ ସୁନାର ସଂସାର ଛାରଖାର ହୋଇଯାଇଥିଲା । ଘଟଣା ସଂପର୍କରେ କୁଣ୍ଢେଇଗୋଳା ଥାନା ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ହେଲେ ଅଭିଯୁକ୍ତକୁ ଧରିବା ଫେଲ୍ ମାରିଥିଲା ପୋଲିସ । ଦୁଇ ଧରି ପୋଲିସକୁ ଚକ୍ମା ଦେଇଚାଲିଥିଲା ଅଭିଯୁକ୍ତ । ଶନିବାର ଦିନ ଗାଁ ପାଖରେ ଥିବା ପାଣି ଟାଙ୍କି ଉପରେ ଅଭିଯୁକ୍ତ ବସିଥିବାର ଦେଖିଥିଲେ ଗାଁ ଲୋକେ । ଏହାପରେ ଗାଁ ଲୋକ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସର ବାରମ୍ବାର ଅନୁରୋଧ ପରେ ତଳକୁ ଓହ୍ଲାଇନଥିଲା । ଶେଷରେ ଅଗ୍ନିଶମ ବାହିନୀ ଏବଂ ପୋଲିସର ମିଳିତ ଅପରେସନରେ ଅଭିଯୁକ୍ତକୁ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ପୋଲିସ ହେପାଜତକୁ ପଠାଯାଇଥିଲା । ହେଲେ ସେଠାରେ ଅଭିଯୁକ୍ତ ବିଷ ପିଇ ଦେଇଥିଲା । ଏହାପରେ ଗୁରୁତର ଅବସ୍ଥାରେ ରମେଶକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।
-
ଭୁବନେଶ୍ୱରରେ ଐତିହାସିକ ମୁହୂର୍ତ୍ତ: କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଜାତୀୟ ଇନ୍ଡୋର ଆଥଲେଟିକ୍ସ ଚାମ୍ପିୟନସିପ୍-୨୦୨୬ ଉଦ୍ଘାଟିତ -
ଡିଜିଟାଲ୍ ମାର୍କେଟ୍ ରେ ନୂଆ ଚ୍ୟାଲେଞ୍ଜ ମଧ୍ୟରେ VerSe Innovation ର ଫୋକସ୍ ପ୍ରଫିଟ୍ ଓ AI, ଗ୍ଲୋବାଲ୍ ବିସ୍ତାର ଉପରେ ନଜର -
ରାମନବମୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନିର୍ଦ୍ଦେଶ -
ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ -
୨୭ ଦିନରେ ଆମେରିକା-ଇରାନ ଯୁଦ୍ଧ







Click it and Unblock the Notifications