ଜଗତସିଂହପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ

ଜଗତସିଂହପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ । କଟକରୁ ଅଭିଯୁକ୍ତକୁ ଗିରଫ କଲା ପୁଲିସ୍‌ । ଦ୍ବିତୀୟ ଅଭିଯୁକ୍ତକୁ ଗିରଫ ପାଇଁ ଚଢ଼ଉ ଜାରି । ମାମଲାର ତଦନ୍ତ ପାଇଁ ଏସ୍‌ପିଙ୍କ ନେତୃତ୍ବରେ ଗଠନ ହୋଇଛି ୩ ଜଣିଆ ଟିମ୍ । ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ଚଳାଇଛି ପୁଲିସ । ଗତକାଲି ରାତିରେ ପୁଲିସ ଜଣଙ୍କୁ ଉଠାଇ ଆଣିଥିଲା । ଆଜି ଆଉ ଜଣଙ୍କୁ ଗିରଫ କରିଛି ପୁଲିସ୍‌ । ସୂଚନାମୁତାବକ, ବାନ୍ଧବୀଙ୍କ ସହ ଆସୁଥିବା ବେଳେ ବିଲକୁ ଟେକି ନେଇ ଦୁଇ ଯୁବକ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ କକରିଛନ୍ତି ପୀଡ଼ିତାଙ୍କ ବାପା । ଗୁରୁତର ଅବସ୍ଥାରେ ୧୮ ବର୍ଷିୟ ଛାତ୍ରୀ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

arrested

ସଦର ଥାନା ମଜୁରାଇ ଚାନ୍ଦଗଡ଼ ଅଂଚଳର ଯୁବତୀ ରାତି ପ୍ରାୟ ୮ଟା ବେଳେ ଏକ ଜନ୍ମଦିନ ଉତ୍ସବକୁ ଯାଉଥିଲେ । ଜନ୍ମଦିନରେ ଶୀଘ୍ର ପହଞ୍ଚିବା ପାଇଁ ବିଲ ରାସ୍ତା ଦେଇ ବାନ୍ଧବୀଙ୍କ ସହ ଯାଉଥିବା ସମୟରେ ଦୁଇ ଜଣ ଯୁବକ ପୀଡ଼ିତାଙ୍କ ପାଟିକୁ ବନ୍ଦ କରି ଟେକି ନେଇ ଦୁଷ୍କର୍ମ କରିଥିଲେ । ତେବେ ଯୁବତୀ ଜଣକ ଚିତ୍କାର କରି ନିଜ ଘରକୁ ଦୌଡ଼ି ପଳେଇ ଆସିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ଏନେଇ ପୀଡ଼ିତାଙ୍କ ବାପା ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଦୁଇ ଜଣ ଫେରାର ହୋଇ ଯାଇଥିବା ବେଳେ ପୋଲିସ ଖୋଜାଖୋଜି ଜାରି ରଖିଛି । ଘଟଣାସ୍ଥଳରୁ ଏକ ମୋବାଇଲ ପୁଲିସ ଜବତ କରିଛି । ଏହି ମୋବାଇଲ୍ ଅଭିଯୁକ୍ତଙ୍କର ବୋଲି ସନ୍ଦେହ କରୁଛି ପୁଲିସ। ଦୁଇ ଜଣ ଅଭିଯୁକ୍ତ ନିକଟବର୍ତ୍ତୀ ଗାଁର ବୋଲି କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+