ରାସ୍ତାରେ ଶୋଇଥିଲେ ଗୋରୁ ; ମାଡ଼ିଗଲା ଟ୍ରକ୍, ୧୩ ଗାଈ ମୃତ

ରାସ୍ତାରେ ଶୋଇଥିବା ଗୋରୁଙ୍କ ଉପରେ ମାଡ଼ିଗଲା ଟ୍ରକ୍ । ଆଉ ମରିଗଲେ ୧୩ ଗାଈ । ଆଜି ସକାଳୁ ଏହିଭଳି ହୃଦୟ ଥରାଇବା ଭଳି ଘଟଣା ସାମ୍ନାକୁ ଆସିଛି । ରାସ୍ତାଉପରେ ଶୋଇଥିବା ଗୋରୁଙ୍କୁ ଗାଡ଼ି ମଡାଇ ଚା' ଦୋକାନ ଉପରେ ମାଡ଼ିଗଲା ଟ୍ରକ୍ ।

ଏହି ଦୁର୍ଘଟଣା ୧୩ ଗୋରୁଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ତେବେ ଟ୍ରକ ମାଡ଼ିଥିବା ଚା' ଦୋକାନୀର କିଛି କ୍ଷତି ହୋଇ ନାହିଁ । ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁର ଗାଁ ନିକଟରେ ଘଟିଛି ।

ସୂଚନା ଅନୁସାରେ, ଆଜି ଭୋର ସମୟରେ ଟ୍ରକ୍‌ଟି ତାଳଚେରରୁ କାମାକ୍ଷାନଗର ଯାଉଥିଲା । ଠିକ୍ ଏହି ସମୟରେ ବାରିହାପୁର ଗାଁ ନିକଟରେ ରାସ୍ତା ଉପରେ ଗୋରୁ ଶୋଇଥିଲେ । ଆଉ ଡ୍ରାଇଭର ଟ୍ରକକୁ ଅଟକାଇ ପାରି ନଥିଲା ।

ACCIDENT

ଫଳରେ ଟ୍ରକ୍‌ଟି ଦ୍ରୁତ ଗତିରେ ଆସି ରାସ୍ତାରେ ଶୋଇଥିବା ଗୋରୁଙ୍କ ଉପରେ ମାଡ଼ି ଯାଇଥିଲା। ଆଉ ପରେ ଚା' ଦୋକାନ ଉପରେ ମାଡ଼ି ଯାଇଥିଲା। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୋକାନୀ ଜଣଙ୍କ । ତେବେ ଆଉ କାହାର ବି କିଛି କ୍ଷତି ହୋଇନାହିଁ । ଆଉ ଟିକିଏ ଅସାବଧାନତା ହୋଇଥିଲେ ପ୍ରାଣହାନି ହେବାର ଆଶଙ୍କା ଥିଲା ।

ଏହି ଦୁର୍ଘଟଣାରେ ୧୩ଟି ଗୋରୁଙ୍କର ମୃତ୍ୟୁ ଘଟିଥିବା ବେଳେ ଚା' ଦୋକାନୀର କିଛି କ୍ଷତି ହୋଇ ନାହିଁ । ତେବେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+