ଜଳ ପ୍ରପାତରେ ଅଘଟଣ ; ଦୁଇ ଛାତ୍ରୀ ମୃତ , ଜଣେ ନିଖୋଜ

ମାଲକାନଗିରି ଜିଲ୍ଲା ସୀମାନ୍ତରେ ଜଳ ପ୍ରପାତରେ ବୁଡ଼ି ୨ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ଘଟଥିବାବେଳେ ଜଣେ ଡାକ୍ତରୀ ଛାତ୍ରୀ ନିଖୋଜ ଅଛନ୍ତି।

waterfalls

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାର ମୋଟୁ ଠାରୁ ପ୍ରାୟ ୪୦କିମି ଦୂରରେ ଥିବା ଆନ୍ଧ୍ରପ୍ରଦେଶର ଆଲୁରି ଜିଲ୍ଲାର ଜଳ ତରଙ୍ଗିନୀ ନାମକ ଝରଣାକୁ ୧୩ଜଣ ଡାକ୍ତରୀ ଛାତ୍ରଛାତ୍ରୀ ବୁଲିବାକୁ ଯାଇଥିଲେ। ତେବେ ଜଳ ପ୍ରପାତ ନିକଟରେ ସମସ୍ତେ ବସିଥିବାବେଳେ ହଠାତ ପ୍ରଖର ସ୍ରୋତର ଜଳ ଆସିବାରୁ ୪ଜଣ ଛାତ୍ରୀ ଓ ଜଣେ ଛାତ୍ର ପାଣି ମଧ୍ୟରେ ଭାସି ଯାଇଥିଲେ। ସେଠାରୁ ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଉଦ୍ଧାର କରଯାଇଥିଲା। ଅନ୍ୟ ୩ଜଣ ଛାତ୍ରୀ ପାଣି ମଧ୍ୟରେ ଭାସି ଯାଇଥିଲେ। ଉଦ୍ଧାର ହୋଇଥିବା ୨ଜଣଙ୍କୁ ରାଜମହେନ୍ଦ୍ରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଜଣକ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ଅନ୍ୟପଟେ ପାଣିରେ ଭାସି ଯାଇଥିବା ୩ଜଣଙ୍କ ମଧ୍ୟରୁ ଜଣେ ନିଖୋଜ ଥିବାବେଳେ ଅନ୍ୟ ୨ଜଣ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ରାତି ହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ଆଜି ସକାଳୁ ନିଖୋଜ ଛାତ୍ରୀଙ୍କ ତଲାସୀ ଜାରି ଥିବା ଜଣାପଡିଛି । ଏହି ଛାତ୍ରଛାତ୍ରୀମାନେ ଏଲୁର ମେଡିକାଲ କଲଜେର ବୋଲି ଜଣାପଡିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+