ଗଜଲକ୍ଷ୍ମୀ ଭସାଣୀ ଶୋଭାଯାତ୍ରାରେ ଅଘଟଣ: ଜଣେ ମୃତ, ୩ ଗୁରୁତର

ଗଜଲକ୍ଷ୍ମୀ ଭସାଣୀ ଶୋଭାଯାତ୍ରାରେ ଅଘଟଣ: ଜଣେ ମୃତ, ୩ ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ମାର୍ଶାଘାଇ କଣକଷୋଟି ଗାଁରେ ଗଜଲକ୍ଷ୍ମୀ ଭସାଣୀ ଶୋଭାଯାତ୍ରା ସମୟରେ ଅଘଟଣ । ବିଦ୍ୟୁତ ତାର ଲାଗି ଜଣେ ମୃତ, ୩ ଗୁରୁତର । ମୃତକ ବ୍ୟକ୍ତି ଜଣକ ହେଲେ କଣକଷୋଟୀ ଗାଁର ବିଶ୍ବଜିତ୍ ଲେଙ୍କା । ସେ ବେଙ୍ଗାଲୁରୁରେ କାମ କରନ୍ତି ଗଜଲକ୍ଷ୍ମୀ ପୂଜାରେ ଯୋଗ ଦେବାପାଇଁ ଛୁଟିରେ ଘରକୁ ଆସିଥିଲେ ।

ODISHA
ସୂଚନା ଅନୁସାରେ, ମାର୍ଶାଘାଇ ବଜାର କମିଟିର ଗଜଲକ୍ଷ୍ମୀ ଭସାଣ ବେଳେ ଅଘଟଣ ଘଟିଛି । ୩୩ କେଭି ତାର ସଂସ୍ପର୍ଶରେ ଡିଜେ ଗାଡ଼ି ଆସିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ପ୍ରଥମେ ବିଶ୍ବଜିତ୍ ଲେଙ୍କା ନାମକ ବ୍ୟକ୍ତି ତାର ଠିକ୍ କରିବା ସମୟରେ ବିଦ୍ୟୁତ ଆଘତରେ ତଳେ ପଡିଯାଇଥିଲେ । ତାଙ୍କୁ ବଞ୍ଚାଇବା ପାଇଁ ଯାଇ ୩ ନାବାଳକ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପ୍ରଥମେ ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଯେଉଁଠି ଡାକ୍ତର ବିଶ୍ବଜିତ୍ ଲେଙ୍କାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ୩ ଆହତଙ୍କୁ କେନ୍ଦ୍ରାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ସେପଟେ ପୋଲିସ ଘଟଣା ସ୍ଥଳରେ ପହଁଚି ଡିଜେ ଗାଡିକୁ ଜବତ କରିବା ସହ ଯାଞ୍ଚ ଆରମ୍ଭ କରିଛି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+