ନିଆଁ ନୁହେଁ ବ୍ରେକ ବାଇଣ୍ଡିଂରୁ ଅଘଟଣ: ରେଲୱେ
କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ଏକ୍ସପ୍ରେସ୍ ଟ୍ରେନ୍ରେ ନିଆଁ ଘଟଣା । ରମ୍ଭିଳା ନିକଟରେ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍ରେ ଅଗ୍ନିକାଣ୍ଡ। ବ୍ରେକ ବାଇଣ୍ଡିଂରୁ ଟ୍ରେନ୍ରେ ନିଆଁ ଲାଗିଥିବା ସୂଚନା। ରେଲୱେ କର୍ମଚାରୀଙ୍କ ଦ୍ୱାରା ନିଆଁ ଆୟତ୍ତ। ୨୦ ମିନିଟ୍ ବିଳମ୍ବରେ ଛାଡ଼ିଲା ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍। ତେବେ ଟ୍ରେନ୍ରେ ନିଆଁ ଲାଗିନଥିବା କହିଲା ପୂର୍ବତଟ ରେଲୱେ। ସ୍ଲିପର କୋଚ୍ରେ ବ୍ରେକ୍ ବାଇଣ୍ଡି ସମସ୍ୟା ହୋଇଥିଲା ବୋଲି କହିଲା ରେଲୱେ। ୨୦ ମିନିଟ ଭିତରେ ସମସ୍ୟା ସମାଧାନ ପରେ ଟ୍ରେନ୍ ଛାଡ଼ିଥିଲା।

ଭଦ୍ରକ ଚରମ୍ପା ଷ୍ଟେଶନରୁ କିଛି ବାଟ ଯିବା ପରେ ରମ୍ଭିଳା ନିକଟରେ ନିଆଁ ଲାଗିଥିଲା। ଟ୍ରେନରେ ଥିବା ଯାତ୍ରୀ ମାନେ ଭୟଭୀତ ହୋଇଥିଲେ। ମାତ୍ର ରେଳ କର୍ମଚାରୀମାନେ ନିଆଁ ଲିଭାଇବା ପରେ ୨୦ମିନିଟ ବିଳମ୍ବରେ ବିବେକ ଏକ୍ସପ୍ରେସ ଛାଡିଥିଲା। ଚରମ୍ପା ଷ୍ଟେଶନରୁ ଛାଡିବାବେଳେ ଟ୍ରେନରୁ ଧୂଆଁ ବାହାରୁଥିବା ଦେଖା ଯାଇଥିଲା l ରେଳ କର୍ମଚାରୀ ଠିକ ସମୟରେ ପହଂଚିବାରୁ ଏକ ବଡ଼ ବିପଦ ଟଳିଯାଇଛି।












Click it and Unblock the Notifications