ଟ୍ରକ ଧକ୍କାରେ ଦୁଇ ବାଇକ ଆରୋହି ଗୁରୁତର, ଅଜଣା ଗାଡି ଧକ୍କାରେ ବାଇକ ଚାଳକ ଗୁରୁତର

ଟ୍ରକ ଧକ୍କାରେ ଦୁଇ ବାଇକ ଆରୋହି ଗୁରୁତର । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ସୋର-କୁପାରୀ ରାସ୍ତାର କୋଚିଆକୋଇଲି ପୋଲ ନିକଟରେ ଡଷ୍ଟ ବୋଝେଇ ଟ୍ରକ ସହ ବାଇକ ମୁହାଁମୁହିଁ ଧକ୍କା ହୋଇଛି ।

ଦୁଇ ବାଇକ ଆରୋହି ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।ଗୁରୁତର ହେଲେ ଅର୍ଜୁନପୁର ଗ୍ରାମର ରମାକାନ୍ତ ଦାସ ଏବଂ କୁମ୍ଭୁକା ଗ୍ରାମର ବାବୁଲି ଦାସ । ସନ୍ଧ୍ୟାରେ ରମାକାନ୍ତ ଏବଂ ବାବୁଲି ଦୁଇଜଣ ବାଇକ ଯୋଗେ ଖଇରାରୁ କୁପାରୀ ଅଭିମୁଖେ ଯାଉଥିଲେ ।

କୋଚିଆକୋଇଲି ପୋଲ ନିକଟରେ ଏକ ଡଷ୍ଟ ବୋଝେଇ ଟ୍ରକ(ଓ ଆର୍ ୨୨ ଏଫ ୮୭୮୬)ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଦୁଇଜଣ ଘଟଣା ସ୍ଥଳରେ ଗୁରୁତର ହୋଇପଡିଥିଲେ । ଖଇରା ଅଗ୍ନିଶମ ଏବଂ ୧୦୮ ଆମ୍ବୁଲାନ୍ସ ଯୋଗେ ଦୁଇଜଣଙ୍କୁ ପ୍ରଥମେ ଖଇରା ମେଡିକାଲକୁ ଅଣାଯାଇଥିଲା ।

ACCIDENT

ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ରମାକାନ୍ତ ଏବଂ ବାବୁଲି ଦୁଇଜଣ ଖଇରାରୁ କୁପାରୀ ଯାଉଥିଲେ । ହେଲେ ହଠାତ୍ କୋଚିଆକୋଇଲି ପୋଲ ନିକଟରେ ଏକ ଡଷ୍ଟ ବୋଝେଇ ଟ୍ରକସହ ଧକ୍କା ହୋଇଥିଲା। ଫଳରେ ଦୁଇଜଣ ଘଟଣା ସ୍ଥଳରେ ଗୁରୁତର ହୋଇପଡିଥିଲେ ।

ସେହିପରି ଅଜଣା ଗାଡି ଧକ୍କାରେ ବାଇକ ଚାଳକ ଗୁରୁତର । ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଥିବା ଗୁରାପଲୀ ଟୋଲ ଗେଟ ନିକଟରେ ଗୋଟିଏ ପାର୍ଶ୍ଵରୁ ଅନ୍ୟ ପାର୍ଶକୁ ରାସ୍ତା ପାର ହେଉଥିବା ଏକ ବାଇକ ଚାଳକଙ୍କୁ କୌଣସି ଅଜଣା ଗାଡି ଧକ୍କା ଦେଇ ଚାଲିଯିବା ଫଳରେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ଯୁବକ ଜଣକ ହେଲେ ମାଣିକ୍ୟପୁର ଗ୍ରାମର ଜଗବନ୍ଧୁ ଗୌଡଙ୍କ ପୁଅ ମୁନା ଗୌଡ। ସେ ନିଜ ଗ୍ରାମକୁ ଫେରୁଥିବା ବେଳେ ଘଟିଥିଲା ଅଘଟଣ। ସେ ଦୂର୍ଘଟଣା ହୋଇ ପଡିଥିବା ବେଳେ ସ୍ଥାନୀୟ ଲୋକମାନେ ୧୧୨କୁ ଫୋନ କରିଥିଲେ । ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+