ଫାଟକକୁ ଭାଙ୍ଗି ରେଲୱେ ଟ୍ରାକରେ କଣ୍ଟେନର: ବାଲେଶ୍ବର-ନୀଳଗିରି ଲାଇନରେ ଟ୍ରେନ୍ ଚଳାଚଳ ବନ୍ଦ
ଫାଟକକୁ ଭାଙ୍ଗି ରେଲୱେ ଟ୍ରାକରେ କଣ୍ଟେନର । ପାଖାପାଖି ୪ ଘଣ୍ଟା ହେବ ବାଲେଶ୍ବର-ନୀଳଗିରି ଲାଇନରେ ଟ୍ରେନ୍ ଚଳାଚଳ ବନ୍ଦ । କଣ୍ଟେନର ଡ୍ରାଇଭରକୁ ନିଶାସକ୍ତ ଅବସ୍ଥାରେ ଧରିଲା ପୋଲିସ । କର୍ଣ୍ଣାଟକ ନମ୍ବର ଥିବା କଣ୍ଟେନରରେ କାର୍ ଲୋଡ୍ ହୋଇଛି । ଫାଟକ ଭାଙ୍ଗି ଟ୍ରାକ୍କୁ ଚଢିଯିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ଆଜି ଅପରାହ୍ନରେ ବାଲେଶ୍ୱର ବାମ୍ପଦା ଛକ ନିକଟରେ ଏକ ବଡ଼ ଅଘଟଣ ଘଟିଛି । ମୃତ୍ୟୁ ମୁଖରୁ ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କାର ବୋଝେଇ କଣ୍ଟେନର ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବାମ୍ପଦା ନିକଟରେ ଏକ ଗାଡ଼ିକୁ ଧକ୍କା ଦେଇଥିଲା। ଭାରସାମ୍ୟ ହରାଇ ରେଳ ଟ୍ରାକ ଭିତରକୁ କଣ୍ଟେନର ମାଡ଼ି ଯାଇଥିଲା ।

କଣ୍ଟେନରଟି ୧୬ ନମ୍ୱର ଜାତୀୟ ରାଜପଥରେ ଦ୍ରୁତ ଗତିରେ ଆସୁଥିବା ବେଳେ ବାଲେଶ୍ୱର ଟାଉନ୍ର ବାମପଦା ଛକରେ ହମ୍ପ୍ସରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ପିଟି ହୋଇଥିଲା। ବାଲେଶ୍ୱର-ନୀଳଗିରି ରେଳ ଲାଇନ୍ର ୯୯ ନମ୍ବର ରେଲୱେ ଗେଟକୁ ଧକ୍କା ଦେଇଥିଲା । ଯାହାଫଳରେ ସିଗ୍ନାଲ୍ ପୋଷ୍ଟଟି ଭାଙ୍ଗି ଯାଇଛି । ଏଥିସହ ଟ୍ରାକ୍ ଅଙ୍କାବାଙ୍କା ହୋଇଯାଇଛି ।
ତେବେ ଦୁର୍ଘଟଣାରେ କୌଣସି ମୃତାହକ ହୋଇଥିବା ବେଳେ ଟ୍ରାକ୍ ପାର୍ଶ୍ୱରେ କାମ କରୁଥିବା ଅନେକ ଶ୍ରମିକ ମୃତ୍ୟୁ ମୁଖ୍ୟରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ଦୁର୍ଘଟଣା ବାଲେଶ୍ୱର-ନୀଳଗିରି ରେଳ ଧାରଣାରେ ଘଟିଛି ।












Click it and Unblock the Notifications