ଦୁର୍ଘଟଣାଗ୍ରସ୍ତ ହେଲା ସ୍ପେଶାଲ୍ ସ୍କ୍ୱାଡ୍ ଗାଡ଼ି: ୩ ପୋଲିସ କର୍ମଚାରୀ ଆହତ
Accident News: କେନ୍ଦୁଝରରେ ପୋଲିସର ସ୍ୱେଶାଲ ସ୍କ୍ୱାଡ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୩ ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ନଳିପଦା ଥାନା ଅଞ୍ଚଳରୁ ଫେରୁଥିବା ବେଳେ ଚାରିନାଳିଆ ନିକଟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ସୂଚନା ରହିଛି ।

ସମସ୍ତ ଆହତଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଅତିରିକ୍ତ ଏସ୍ପି ମନୋଜ ରାଉତ, ଏସ୍ଡିପିଓ ପ୍ରଶାନ୍ତ ବେହେରା ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ସମସ୍ତ ଗୁରୁତରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ ।
More From












Click it and Unblock the Notifications