ଟୋଲଗେଟ ନିକଟରେ ଦୁର୍ଘଟଣା ; ଘଟଣାସ୍ଥଳରେ ସ୍ତ୍ରୀ ମୃତ, ମେଡ଼ିକାଲରେ ସ୍ୱାମୀର ମୃତ୍ୟୁ, ପୁଅ ଆହତ
ଅଜଣା ଗାଡି ଧକ୍କାରେ ବାପାମାଆଙ୍କ ଜୀବନ ଚାଲିଯାଇଥିବା ବେଳେ ମୁତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛି ଶିଶୁ ପୁତ୍ର । ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଶନିବାର ଯାଜପୁରର ପାଣିକୋଇଲି ଥାନା ପୁରୁଣା ଟୋଲଗେଟ ନିକଟରେ ଘଟିଛି । ଗାଡି ଧକ୍କା ପରେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ୱାମୀଙ୍କର ମେଡିକାଲରେ ମୃତ୍ୟୁ ଘଟିଛି ।

ପୁଅକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । କୁଆଖିଆରୁ ପାଣିକୋଇଲି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।












Click it and Unblock the Notifications