ମହାନଦୀରେ ଅଘଟଣ; ଗାଧୋଇବା ବେଳେ ଭାସି ଗଲେ ଦୁଇ ନବମ ଶ୍ରେଣୀ ଛାତ୍ର, ଉଦ୍ଧାର କାର୍ଯ୍ୟ ଜାରି
ମହାନଦୀରେ ଗାଧୋଇବା ବେଳେ ଅଘଟଣ । ବୁଡି ଯାଇ ଦୁଇ ଛାତ୍ର ନିଖୋଜ ହୋଇଛନ୍ତି । ଜଗତପୁର ବାଲିସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, କଟକ ଜଗତପୁର ବାଲିସାହି ନିକଟ ମହାନଦୀରେ ଗାଧାଉଥିଲେ ଦୁଇ ଛାତ୍ର । ଅସାବଧାନତା ବଶତଃ ନଦୀରେ ବୁଡିଯାଇ ଦୁଇ ଛାତ୍ର ନିଖୋଜ ହୋଇଛନ୍ତି । ଖବର ପାଇ ଚଉଳିଆଗଞ୍ଜ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ ନିଖୋଜ ଦୁଇ ଛାତ୍ର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସୂଚନା ରହିଛି ।












Click it and Unblock the Notifications