ସ୍କୋର୍ପିଓକୁ ଚାପି ଦେଲା ଟ୍ରକ୍ , ଚାଲିଗଲା ୨ ଜୀବନ
ବଣାଇଁ : ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଚାନ୍ଦିପୋଷ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି ।

ସୂଚନା ଅନୁସାରେ ଆଜି ଅପରାହ୍ଣରେ ଚାନ୍ଦିପୋଷ ଥାନା ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା। ଏକ ଦ୍ରୁତଗାମୀ ହାଇୱା ନିୟନ୍ତ୍ରଣ ହରାଇଥିଲା। ସ୍କୋର୍ପିଓ ଉପରେ ଚଢ଼ି ଯାଇଥିଲା। ଫଳରେ ସ୍କର୍ପିଓ ସମ୍ପୂର୍ଣ୍ଣ ଭାଙ୍ଗି ଚୁର୍ମାର୍ ହୋଇଯାଇଥିଲା। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଯୁବକ ଗୁରୁତର ଆହତ ହୋଇଥିଲେ। ଫଳରେ ଗାଡ଼ି ଭିତରେ ଥିବା ଲୋକମାନେ ଚାପି ହୋଇଯାଇଥିଲେ। ଏନେଇ ଲୋକେ ପୁଲିସକୁ ସୂଚନା ଦେଇଥିଲେ।












Click it and Unblock the Notifications