ଓଲଟିଲା ପିକନିକ ବସ୍, ୧୦ରୁ ଊର୍ଦ୍ଧ୍ବ ଆହତ
ପୋଲସରା: ପିକନିକ୍ ବସ୍ ଓଲଟି ୧୦ରୁ ଊର୍ଦ୍ଧ୍ବ ଆହତ । ପୁରୁଷୋତ୍ତମପୁର ଥାନା ବାଲିଆ ଛକ ନିକଟରେ ଦୁର୍ଘଟଣା ଘଟିଛି । ଆହତମାନେ ପୁରୁଷୋତ୍ତମପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାରାତାରିଣୀ ଦର୍ଶନ ସାରି ଚିଲିକା ଯାଉଥିବା ବେଳେ ଦୁର୍ଘଟଣା ହୋଇଛି । ତେବେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ସେ ନେଇ ସମ୍ପୂର୍ଣ୍ଣ ତଥ୍ଯ ଜଣାପଡି ନାହିଁ ।

ହୁତୁହୁତୁ ହୋଇ ଜଳିଗଲା କାର, ୪ ଗୁରୁତର
ସେହିପର ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଜାମୁସାହି ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଆଜି ଭୋରରୁ ଘଟିଛି । କାର୍ରେ ଥିବା ୪ ଜଣ ଗୁରୁତର ହୋଇଛନ୍ତି । ବାଇକ୍ ସହ ଧକ୍କା ହେବା ପରେ ହୁତୁହୁତୁ ହୋଇ କାର୍ ଜଳି ଯାଇଛି ।
କାର୍ଟି ଦ୍ରୁତ ଗତିରେ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ଜାମୁସାହି ନିକଟ ସାଳ ଭଙ୍ଗା ଜଙ୍ଗଲ ରାସ୍ତାରେ ଅପର ପାର୍ଶ୍ୱରୁ ଆସୁଥିବା ଏକ ବାଇକ୍ ସହ ଧକ୍କା ହୋଇଥିଲା। କାର୍ଟି ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ରାସ୍ତା ଉପରକୁ ଚାଲି ଆସିଥିଲା। ତତ୍କ୍ଷଣାତ ସେଥିରେ ନିଆଁ ଲାଗି ଯାଇଥିଲା।
ପୁରୀରେ ନୂଆବର୍ଷ ପାଳନ ନିମନ୍ତେ ଏକ କାର୍ରେ ଛତିଶଗଡ଼ରୁ ୪ ସାଙ୍ଗ ପୁରୀ ଅଭିମୁଖେ ଆସୁଥିଲେ । କାର୍ରେ ଥିବା ୪ ଜଣ ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣାରେ ବାଇକ୍ ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ ପଳାଇ ଯାଇଥିବା ଜଣାଯାଇଛି।
ଗାଡ଼ିରେ ଥିବା ୪ ଜଣ ଦୁର୍ଘଟଣାରେ ଗୁରୁତର ହୋଇଥିବାରୁ ସେମାନେ କାର୍ରୁ ବାହାରି ପାରି ନ ଥିଲେ। ଆଉ ସେହି ରାସ୍ତା ଦେଇ ଯାଉଥିବା ଏକ ବସ୍ ଯାତ୍ରୀ କାର୍ରୁ ୪ ଜଣଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ । ସେଠାରୁ ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଦଶପଲ୍ଲା ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।












Click it and Unblock the Notifications