ହାଇୱା ଧକ୍କାରେ ଓଲଟିଲା ୩ ଟ୍ରେଲର; ଜଣେ ଡ୍ରାଇଭର ମୃତ, ଦୁଇ ଗୁରୁତର

ହାଇୱା ଧକ୍କାରେ ଓଲଟିଲା ଟ୍ରେଲର । ରାସ୍ତା କଡ଼ରେ ଛିଡ଼ା ହୋଇଥିବା ୩ଟି ଟ୍ରେଲର ଓଲଟିଲା । କେନ୍ଦୁଝର ଜିଲ୍ଲା ବଡବିଲ ଥାନା ଏନଏଚ ୫୨୦ ଟଣ୍ଟୋ ନିକଟବର୍ତ୍ତୀ କାଶିଆ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସିରିଜ ଦୁର୍ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଏକ ୧୬ ଚକିଆ ହାଇୱା ଟ୍ରକ୍ କୋଇଡ଼ା ଅଞ୍ଚଳରୁ ଲୁହାପଥର ଗୁଣ୍ଡ ବୋଝେଇ କରି ବଲାଣୀ ରେଳ ସାଇଡିଂ ଅଭିମୁଖେ ଯାଉଥିଲା । ମାତ୍ର କାଶିଆ ଛକ ନିକଟରେ ଗାଡ଼ିର ଆଗ ଚକ ଫାଟିଯାଇଥିଲା। ଯଦ୍ୱାରା ଭାରସାମ୍ୟ ହରାଇ ହାଇୱାଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରେଲରକୁ ପଛପଟୁ ଧକ୍କା ଦେଇଥିଲା ।

Accident in odisha

ଏକ ହାଇୱା ଧକ୍କାରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ୩ଟି ଟ୍ରେଲର ଓଲଟି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଏହି ଦୁର୍ଘଟଣାରେ ଜଣେ ଟ୍ରେଲର ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଟ୍ରେଲର ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ହାଇୱା ସମେତ ୩ଟି ଟ୍ରେଲର ରାସ୍ତା କଡକୁ ଓଲଟି ପଡିଛି ।

ହାଇୱା ପ୍ରଥମେ ଧକ୍କା ମାରିଥିବା ଟ୍ରେଲରଟି ଏହି ଦୁର୍ଘଟଣାରେ ବହୁତ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣା ସମୟରେ ଟ୍ରେଲର ଡ୍ରାଇଭର କ୍ୟାବିନ ଭିତରେ ଶୋଇଥିବା ବେଳେ ଚାପି ହୋଇ ମୃତ୍ୟୁମୁଖରେ ପଡ଼ିଛନ୍ତି । ଘଟଣା ସ୍ଥଳରେ ବଡ଼ବିଲ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+