ଶ୍ରମିକଙ୍କ ଉପରେ ମାଡ଼ିଗଲା ବୋରୱେଲ୍; ୪ ମୃତ
ଶ୍ରମିକଙ୍କ ଉପରେ ମାଡ଼ିଗଲା ବୋରୱେଲ୍ । ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ବିର୍ଜାମ ଗାଁରେ ଏହି ଦୁର୍ଘଟଣା ଦେଖିବାକୁ ମିଳିଛି । ସମସ୍ତ ମୃତାହତ ମଧ୍ୟପ୍ରଦେଶର ହୋଇଥିବା ଜଣାଯାଇଛି । ଏଭଳି ଦୁଃଖଦ ଘଟଣା ଗୁରୁବାର ମେଲଛାମୁଣ୍ଡା ଥାନା ବିର୍ଜାମ ଗାଁରେ ଘଟିଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଗତକାଲି ରାତିରେ ବିର୍ଜାମ ଗାଁରେ ବୋରୱେଲ୍ ଖୋଳାଯାଉଥିଲା। ହେଲେ ତେଲ ସରିଯିବାରୁ କିଛି ଶ୍ରମିକ ମାନେ ତେଲ ପାଇଁ ନିକଟକୁ ବଜାରକୁ ଯାଇଥିଲେ । ଅନ୍ୟ ୫ଜଣ ଶ୍ରମିକ ଗାଡ଼ିପାଖରେ ଶୋଇଥିବା ବେଳେ ଡ୍ରାଇଭର ଗାଡ଼ି ଭିତରେ ଶୋଇଥିଲେ । ତେବେ ଏହାରି ଭିତରେ ତେଲ ନେଇ ଅନ୍ୟ ଶ୍ରମିକମାନେ ଫେରିଲା ବେଳେ ୫ଜଣ ଶ୍ରମିକଙ୍କ ଉପରେ ଗାଡ଼ି ଚଢ଼ିଯାଇଥିବା ଦେଖିଥିଲେ ।

ଡ୍ରାଇଭର ଘଟଣାସ୍ଥଳରେ ନଥିବା ଶ୍ରମିକ ମାନେ ଦେଖିଥିଲେ । ଏନେଇ ପୁଲିସକୁ ଖବର ଦେଇଥିଲେ ଶ୍ରମିକ । ପୁଲିସ ଶ୍ରମିକମାନଙ୍କୁ ଉଦ୍ଧାର କରି ଡାକ୍ତରଖାନରେ ଭର୍ତ୍ତି କରିଥିଲା ।
ଡାକ୍ତର ୪ଜଣ ଶ୍ରମିକଙ୍କୁ ମୃତ ଘୋଷଣା କରିଥିବା ବେଳେ ଜଣେ ଶ୍ରମିକଙ୍କ ଗୁରୁତର ରହିଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି । ଏହାସହ ମୃତହହାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ସୂଚନା ରହିଛି । ମେଲଛାମୁଣ୍ଡାରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନଳକୂଅ ଖୋଳିବା ପାଇଁ ଆସିଥିବା ଟ୍ରକ ଚଢିଯିବା ଫଳରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସମସ୍ତ ଶ୍ରମିକ ମଧ୍ୟପ୍ରଦେଶର ବୋଲି ଜଣା ପଡ଼ିଛି । ଜଣେ ଆହତ ଶ୍ରମିକଙ୍କୁ ବୁର୍ଲା ମେଡିକାଲକୁ ପଠାଯାଇଛି ।
ଗତକାଲି ରାତିରେ ବିର୍ଜାମ ଅଞ୍ଚଳରେ ଦୁଇଟି ବୋରିଂ ଟ୍ରକ ନଳକୂଅ ଖୋଳୁଥିବା ବେଳେ ତଳେ ଶୋଇଥିବା ଶ୍ରମିକଙ୍କ ଉପରେ ଅନ୍ୟ ଏକ ଟ୍ରକ ମାଡ଼ିଯାଇଥିଲା । ଟ୍ରକ ଡ୍ରାଇଭରକୁ ଅଟକ ରଖାଯାଇଥିବାବେଳେ ଘଟଣାସ୍ଥଳରେ ମେଲଛାମୁଣ୍ଡା ପୋଲିସ ତଦନ୍ତ କରୁଛି ।












Click it and Unblock the Notifications