Accident in Odisha: କଟକରେ ସଡ଼କ ଦୁର୍ଘଟଣା, ସ୍କୁଲ ବସ୍‌କୁ ଧକ୍କା ଦେଲା ବସ୍, ୧୦ ଆହତ

କଟକରେ ସଡ଼କ ଦୁର୍ଘଟଣା । ଖାନନଗର ଟ୍ରାଫିକ ଛକରେ ଘରୋଇ ସ୍କୁଲ ବସ୍‌କୁ ଧକ୍କା ଦେଲା ବସ୍। ଏଥିରେ ୧୦ ଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି।ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଯାତ୍ରୀବାହୀ ବସ୍।

ଆଜି ସକାଳେ ଏକ ଘରୋଇ ସ୍କୁଲ ବସ୍ କିଛି ଛାତ୍ରୀଙ୍କୁ ଧରି ସ୍କୁଲ ଅଭିମୁଖେ ଯାଉଥିଲା। ମାତ୍ର ଖାନନଗର ଟ୍ରାଫିକ୍ ଛକ ନିକଟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ଯାତ୍ରୀବାହୀ ବସ୍ ସ୍କୁଲ ବସ୍ଟିକୁ ଜୋରରେ ପିଟିଥିଲା। ଏହି ଦୁର୍ଘଟଣାରେ ସ୍କୁଲ ବସ୍ରେ ଥିବା ୧୦ରୁ ଅଧିକ ଛାତ୍ରୀ ଆହତ ହୋଇଛନ୍ତି।

Accident in Odisha

ଏହାଦେଖି ଦୁର୍ଘଟଣା ଘଟାଇଥିବା ବସ୍ଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ସ୍ଥାନୀୟ ଲେକୋ ତୁରନ୍ତ ଆହତ ଛାତ୍ରୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଇଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥି ସହିତ ସିସିଟିଭି ଫୁଟେ ଆଧାରରେ ଦୁର୍ଘଟଣା ଘଟାଇଥିବା ବସକୁ ଧରିବାକୁ ଚେଷ୍ଟା ଚଳାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଏକ ଘରୋଇ ସ୍କୁଲ ବସ କିଛି ଛାତ୍ରୀଙ୍କୁ ଧରି ସ୍କୁଲ ଅଭିମୁଖେ ଯାଉଥିଲା। ମାତ୍ର ଖାନନଗର ଟ୍ରାଫିକ ଛକ ନିକଟରେ ପଛରୁ ଦୃତ ବେଗରେ ଆସୁଥିବା ଏକ ଯାତ୍ରୀବାହୀ ବସ ସ୍କୁଲ ବସକୁ ଧକ୍କା ଦେଇଥିଲା।

ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଏଥିସହ ସିସିଟିଭି ଫୁଟେଜ ଆଧାରରେ ଦୁର୍ଘଟଣା ଘଟାଇଥିବା ବସ୍କୁ ଧରିବାକୁ ଚେଷ୍ଟା ଚଳାଇଛି।

ପଳାସୁଣୀ ଛକରେ ସିରିଜ୍ ଦୁର୍ଘଟଣା । ଏକ ବସ୍‌କୁ ଟ୍ରକ୍ ଧକ୍କା ଦେବା ପରେ ବସ୍‌ଟି ଏକ ଅଟୋ ଓ ଏନଏଚଏଆଇର ପିକଅପ୍‌ ଭ୍ୟାନକୁ ଧକ୍କା ଦେଇଛି। ଫଳରେ ଅଟୋରେ ଥିବା ୩ ଯାତ୍ରୀ ଆହତ, ଜଣେ ବୃଦ୍ଧ ଗୁରୁତର। ଅଟୋ ଚାଳକ ମଧ୍ୟ ଆହତ ହୋଇଥିବା ସୂଚନା। ଗୁରୁତର ବୃଦ୍ଧଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି । ସେପଟେ ଦୁର୍ଘଟଣା ପାଇଁ ପଳାସୁଣୀ ଛକରେ ଟ୍ରାଫିକ୍ ଜାମ୍ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+