ଫାଟିଲା ଟାୟାର : ଓଲଟିଲା ପିକଅପ୍ ଭ୍ୟାନ୍, ୨୦ ଶ୍ରମିକ ଗୁରୁତର
ଜଳେଶ୍ଵର: ଓଲଟିଲା ପିକଅପ୍ ଭ୍ୟାନ୍। ୨୦ ଶ୍ରମିକ ଗୁରୁତର। NH-୧୬ର ନନ୍ଦିକା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍। ଭ୍ୟାନ୍ରେ ପ୍ରାୟ ୪୦ ଶ୍ରମିକ ଥିବାରୁ ଭାରସାମ୍ୟ ହରାଇ ଓଲଟିଲା। ସମସ୍ତ ଗୁରୁତର ଶ୍ରମିକ ଜଳେଶ୍ୱର ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି।
ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ୬୦ ନମ୍ବର ଜାତୀୟ ରାଜପଥ ଶାଇରାମ ହୋଟେଲ ନିକଟରେ ଘଟିଛି ଦୁର୍ଘଟଣା । ଟାୟାର ଫାଟିବାରୁ ଏହି ଦୁର୍ଘଟଣା ହୋଇଛି।

ସୂଚନା ଅନୁସାରେ , ମୟୁରଭଞ୍ଜ ବାର୍ ମାଇଲ୍ରୁ କମର୍ଦା ଅଞ୍ଚଳକୁ ବିଲ କାମ କରିବାକୁ ଶ୍ରମିକମାନେ ଏକ ପିକ୍ଅପ୍ ଭ୍ୟାନରେ ଯାଉଥିଲେ । ଏହି ସମୟରେ ଗାଡିଟି ଜଳେଶ୍ୱର ୬୦ ନମ୍ବର ଜାତୀୟ ରାଜପଥ ଶାଇରାମ ହୋଟେଲ୍ ନିକଟରେ ଦୁର୍ଘଟଣାର ଶିକାର ହୋଇଛି ।ଗାଡିରେ ମୋଟ ୪୦ ଜଣ ଶ୍ରମିକ ଯାଉଥିଲେ ।
ଗାଡିର ଟାୟାର ଫାଟି ଯିବାରୁ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ଗାଡିରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୨୦ ଜଣ ଗୁରୁତର ହୋଇଥିଲେ । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଖବର ଲେଖିଲା ପର୍ଯ୍ୟନ୍ତ କ୍ଷୟକ୍ଷତି ନେଇ କୌଣସି ସ୍ପଷ୍ଟତା ଆସିନାହିଁ।












Click it and Unblock the Notifications