ରାତି ଅଧରେ ଗୁଜୁରାଟରେ ଭୟଙ୍କର ଦୁର୍ଘଟଣା; ପୁଲିସ ବାବୁଙ୍କ ସମେତ ୯ ମୃତ
ରାତି ଅଧରେ ଗୁଜୁରାଟରେ ଭୟଙ୍କର ଦୁର୍ଘଟଣା। କାର ମାଡ଼ିଯିବାରୁ ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ଜଣେ କନଷ୍ଟେବଳ ଓ ଜଣେ ହୋମଗାର୍ଡଙ୍କ ସମେତ ୯ ଜଣଙ୍କର ଜୀବନ ଯାଇଛି। ଦ୍ରୁତ ଗତିରେ ଆସୁଥିବା ଏକ ଜାଗୁଆର କାର୍ ମାଡ଼ିଯିବାରୁ ଏପରି ଦୁର୍ଘଟଣା ଘଟୁଛି।
ଏକ ଦୁର୍ଘଟଣା ସ୍ଥଳରେ ରୁଣ୍ଡ ହୋଇଥିବା ଲୋକଙ୍କ ଉପରେ ଦ୍ରୁତ ଗତିରେ ଆସୁଥିବା ଏକ ଜାଗୁଆର କାର୍ ମାଡ଼ିଯିବାରୁ ଏହି ଅଘଟଣ ଘଟିଛି। ଦୁର୍ଘଟଣାରେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏହା ଏକ ହିଟ୍ ଆଣ୍ଡ ରନ୍ ମାମଲା ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।

ଗୁଜରାଟର ଅହମ୍ମଦାବାଦର ଇସ୍କନ ବ୍ରିଜ ଉପରେ ଗତକାଲି ରାତି ପ୍ରାୟ ୧ଟା ପରେ ଏହି ଛାତିଥରା ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟରେ ଜାଗୁଅର କାର୍ଟି ଘଣ୍ଟା ପ୍ରତି ୧୬୦ କିମି ବେଗ୍ରେ ଯାଉଥିବା ଜଣାପଡ଼ିଛି। ଜାଗୁଆର କାର୍ ଡ୍ରାଇଭର ସତ୍ୟ ପଟେଲ ନାମକ ଯୁବକ ବୋଲି ଚିହ୍ନଟ ହୋଇଥିବା ବେଳେ ସେ ମଧ୍ୟ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି।
ଦୁର୍ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଗୁରୁତରମାନଙ୍କୁ ହସ୍ପିଟାଲ ପଠାଇଛି। ଏଥିସହ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଉକ୍ତ ବ୍ରିଜ ଉପରେ ପୂର୍ବରୁ ଏକ ଥାର୍ ଓ ଡମ୍ପର ମୁହାଁମୁହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଉକ୍ତ ଦୁର୍ଘଟଣାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକେ ରୁଣ୍ଡ ହୋଇଥିଲେ।












Click it and Unblock the Notifications