କୁହୁଡି ପାଇଁ ଦୁର୍ଘଟଣା; ଟ୍ରାକ୍ଟରକୁ ଧକ୍କାଦେଲା ପିକ୍ନିକ୍ ବସ୍, ୨୦ ଆହତ
କୁହୁଡି ପାଇଁ ଦୁର୍ଘଟଣା । ସକାଳୁ ସକାଳୁ ବିନିକାରୁ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏନ୍ଏଚ୍ ୧୨୬ (A)ରେ ପିକ୍ନିକ୍ ବସ୍ ଦୁର୍ଘଟଣା ହୋଇଛି । ସାଧପାଲ୍ଲୀ ଗାଁ ନିକଟରେ ଟ୍ରାକ୍ଟର୍ ସହ ବସ୍ ଧକ୍କା ହୋଇଛି । ବସ୍ଟି ବରଗଡ଼ରୁ ସୋନପୁର ଆସିବା ବେଳେ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ସମୟରେ ବସରେ ପ୍ରାୟ ୪୦ଜଣ ଛାତ୍ରୀଛାତ୍ର ଏବଂ ଅଭିଭାବକ ରହିଥିଲେ । ତେବେ ଦୁର୍ଘଟଣା ପରେ ବସର ଆଗ ଭାଗ କ୍ଷତିଗ୍ରସ୍ତ ହୋଇଛି ।

କୁହୁଡି ପାଇଁ ରାସ୍ତା ନଦେଖାଯିବା କାରଣରୁ ଧାନ ବୋଝେଇ ଟ୍ରାକ୍ଟର୍କୁ ଧକ୍କା ଦେଲା ପିକ୍ନିକ୍ ବସ୍ । ତେବେ ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଆହତ ହୋଇଥିବା ସୂଚନା ରହିଛି । ତେବେ ଆହତମାନଙ୍କୁ ଉଦ୍ଧାର କରାଯାଇ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।












Click it and Unblock the Notifications