ଟ୍ରକ, ଟ୍ରଲର ଓ ପିକଅପ ଭ୍ୟାନ ସିରିଜ୍ ଧକ୍କା; ନିଆଁ ଲାଗି ଜଳିଗଲା ପିକଅପ୍ ଭ୍ୟାନ
ଅନଗୁଳ ୧୪୯ ନମ୍ବର ଜାତୀୟ ରାଜପଥ ଟୋଲଗେଟରେ ସିରିଜ ଦୁର୍ଘଟଣା ଦେଖିବାକୁ ମିଳିଛି । ନିଆଁ ଲାଗି ପିକଅପ୍ ଭ୍ୟାନ ଜଳିଯାଇଛି । ଦୁର୍ଘଟଣାରେ ପିକଅପରେ ଥିବା ଡ୍ରାଇଭରକୁ ଗୁରୁତର ହୋଇଛନ୍ତି । ତାଙ୍କୁ ଖମାର ଡାକ୍ତରଖାନାରେ ଭର୍ତି କରାଯାଇଛି । ଅନ୍ୟ ଦୁଇ ଗାଡିର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ମାରିଥିଲେ।
ସୂଚନା ଅନୁସାରେ, ଖମାର ଥାନା ଅନ୍ତର୍ଗତ ୧୪୯ ଜାତୀୟ ରାଜପଥ ଟୋଲ ଗେଟ ନିକଟରେ ଟ୍ରଲରକୁ ପଛପଟୁ ପିଟିଲା ଟ୍ରକ, ତା ପଛକୁ ଏକ ପିକଅପ ଭ୍ୟାନ ଧକ୍କା ଦେବା ଫଳରେ ପିକଅପ ଗାଡ଼ିରେ ପ୍ରଥମେ ନିଆଁ ଲାଗି ଜଳିଯାଇଛି ।

ଖବର ପାଇ ପାଳଲହଡା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଦୁର୍ଘଟଣାରେ ପିକଅପରେ ଥିବା ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଟୋଲଗେଟ କର୍ମଚାରୀ ଖମାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ ଦୁଇ ଗାଡିର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ମାରିଥିଲେ । ଖମାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି I
ସେହିପରି ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଅଧୀନ ଉଫୁଲା ନାରାୟଣୀ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଛି । ବିଦ୍ୟୁତ୍ ଖୁଣ୍ଟରେ ବାଇକ୍ ପିଟିହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ କମୀରା ଗାଁର ସମ୍ୱିତ ପ୍ରଧାନ (୨୧) ଏବଂ ବୁଠୀପଦର ଗାଁର ସିପକ ନାଗ (୧୮) ବୋଲି ଜଣାପଡିଛି ।
ଗତକାଲି ବିଳମ୍ବିତ ରାତିରେ ଉଭୟ ସମ୍ବିତ ଓ ସିପକ ନିଜ ନିଜ କାମ ସାରି ଗୋଟିଏ ବାଇକରେ ଘରକୁ ଫେରୁଥିଲେ । ତେବେ ଏହି ସମୟରେ ଭାରସାମ୍ୟ ହରାଇ ବାଇକ ରାସ୍ତା କଡରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଯାଇଥିଲା । ଫଳରେ ଦୁଇ ଜଣ ଗୁରୁତର ହୋଇଥିଲେ ।
ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ବିରମହାରାଜପୁର ଉପ-ବିଭାଗୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ପୋଲିସ ଦୁର୍ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications