ରଥ ଟଣା ବେଳେ ଅଘଟଣ; ଣନିଶ୍ୱାସୀ ହୋଇ ଚାଲିଗଲା ଭକ୍ତଙ୍କ ଜୀବନ
ରବିବାର ପୁରୀରେ ରଥଟଣା ବେଳେ ଏକ ଅଘଟଣ ଘଟିଛି। ତାଳଧ୍ୱଜ ରଥଟଣା ସମୟରେ ଜଣେ ପୁରୁଷ ଭକ୍ତ ଅଣନିଃଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମଳିଛି। ହେଲେ ଶ୍ରଦ୍ଧାଳୁଙ୍କ ପରିଚୟ ଜଣାପଡି ନାହିଁ।

ମିଳିଥିବା ସୂଚନା ମୁତାବକ, ତାଳଧ୍ୱଜ ରଥଟଣା ବେଳେ ପ୍ରବଳ ଭିଡ଼ ଯୋଗୁ ଭକ୍ତଜଣକ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ଉଦ୍ଧାରକାରୀ ଦଳ ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ପୁରୀ ଜିଲା ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା ଓଡ଼ିଶା ।
ରଥଟଣା ବେଳେ ବଡ଼ଦାଣ୍ଡରେ ଠେଲାପେଲା ସ୍ଥିତି ଉପୁଜିଥିଲା। ୮ରୁ ୧୦ ଶ୍ରଦ୍ଧାଳୁ ଏହି ଠେଲାପେଲାରେ ଆହତ ହୋଇଥିଲେ। ହିନ୍ଦୀ ସ୍କୁଲ ଛକ ପାଖରେ ଠେଲାପେଲା ସ୍ଥିତି ଦେଖିବାକୁ ମିଳିଥିଲା। ଆହତ ଶ୍ରଦ୍ଧାଳୁ ନିକଟସ୍ଥ ଆଶୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଯେଉଁଠି ଜଣେ ପୁରୁଷ ଶ୍ରଦ୍ଧାଳୁଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।












Click it and Unblock the Notifications