ଦଶହରାରେ ଅଘଟଣ: ଜଣେ ମୃତ, ୧୦ ଆହତ
Sambalpur Acsident News: ଦଶହରାରେ ଅଘଟଣ । ସମ୍ବଲପୁର-ସୋନପୁର ରାଜ୍ୟ ରାଜପଥର ଧମା ସଡ଼କ ଦୁର୍ଘଟଣା । ଯାତ୍ରୀବାବୀ ଅଟୋ ଭାରସାମ୍ୟ ହରାଇ ଗଛରେ ପିଟି ହେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ମୃତାହତମାନେ ଗରଗଡ଼ ଜିଲ୍ଲା ବିଶିପାଲି ଗାଁର ବୋଲି ସୂଚନା ରହିଛି । ବର୍ତ୍ତମାନ ମୃତକଙ୍କ ପରିଚୟ ମିଳିପାରି ନାହିଁ ।
ମିଳିଥିବା ସୂଚନା ଅନୁସାରେ, ଆଜି ସମସ୍ତେ ଅଟୋ ରିଜର୍ଭ କରି ବରଗଡ଼ରୁ ସମ୍ବଲପୁରର ହୁମା ମନ୍ଦିର ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ ଘଟିଥିଲା । ସମସ୍ତ ଆହତ ମାନଙ୍କୁ ପ୍ରଥମେ ସମ୍ବଲପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ହେଲେ ପରବର୍ତ୍ତି ସମୟରେ ସମସ୍ତ ଆହତଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ତେବେ କ୍ଷମତା ଠାରୁ ଅଧିକ ଯାତ୍ରୀ ନେଇ ଅଟୋଟି ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା କୁହାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications