ଫତେଗଡ଼ ଶ୍ରୀରାମ ମନ୍ଦିର ପ୍ରତିଷ୍ଠାକୁ ଯାଉଥିବାବେଳେ ଅଘଟଣ; ଟ୍ରାକ୍ଟର ଓଲଟି ୧୫ ଆହତ
ନୟାଗଡ଼: ଫତେଗଡ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ବେଳେ ଅଘଟଣ ଦେଖିବାକୁ ମିଳିଛି । ମନ୍ଦିରକୁ ଯାଉଥିବାବେଳେ ଟ୍ରାକ୍ଟର ଓଲଟି ପଡ଼ିଛି । ଏଥିରେ ମୋଟ ୧୫ ଜଣ ଆହତ ହୋଇଛନ୍ତି ।
ସୂଚନା ଅନୁସାର, ଫତେଗଡ଼ରେ ପାହାଡ଼ ଉପରେ ଶ୍ରୀରାମ ମନ୍ଦିର ନିର୍ମାଣ ହୋଇଥିବାରୁ ସେଠାକୁ କିଛିଲୋକ ଟ୍ରାକ୍ଟରରେ ଯାଉଥିଲେ। ହେଲେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଆଉ ଏଥିରେ ୧୫ ଜଣ ଆହତ ହୋଇଛନ୍ତି ।

ଆହତ ୧୫ ଜଣଙ୍କ ମଧ୍ୟରେ ୪ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଆହତଙ୍କ ମଧ୍ଯରେ ଶିଶୁ ଏବଂ ମହିଳା ଅଛନ୍ତି ।
ଫତେଗଡ଼ ପାହାଡ଼ ଉପରେ ନିର୍ମାଣ କରାଯାଇଛି ଭବ୍ୟ ପ୍ରଭୁ ଶ୍ରୀରାମ ମନ୍ଦିର। ଗତ ୧୭ ତାରିଖରୁ ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି । ବିଧି ବିଧାନ ଅନୁସାରେ ପ୍ରତିଦିନ ପୂଜା ଚାଲିଛି। ଆଉ ଶ୍ରଦ୍ଧାଳୁମାନେ ପୂଜାରେ ସାମିଲ୍ ହେଉଛନ୍ତି। ମନ୍ଦିର ପର୍ଯ୍ୟନ୍ତ ଯିବା ପାଇଁ ପାହାଡ ଉପରେ ଅତି ସଙ୍କୀର୍ଣ୍ଣ ରାସ୍ତା ନିର୍ମାଣ କରାଯାଇଛି। ସେହି ରାସ୍ତାରେ ଆଜି ଏକ ଟ୍ରାକ୍ଟରରେ ୧୫ରୁ ଅଧିକ ଶ୍ରଦ୍ଧାଳୁ ଯାଉଥିଲେ। ତେବେ ମଝି ରାସ୍ତାରେ ଟ୍ରାକ୍ଟର ଡାଲା ଓଲଟି ପଡ଼ିଥିଲା। ଯାହାଫଳରେ ୧୫ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି ।












Click it and Unblock the Notifications