୫୦ ଫୁଟ ତଳକୁ ଖସିଲା ଭ୍ୟାନ; ୧୫ରୁ ଅଧିକ ଯାତ୍ରୀ ଗୁରୁତର
ଲକ୍ଷ୍ମୀପୁର: ଘାଟିରୁ ଭ୍ୟାନ୍ ଖସି ୧୫ରୁ ଅଧିକ ଯାତ୍ରୀ ଗୁରୁତର । କାକିରିଗୁମ୍ମା ଥାନା ଉପରମିଟିଂ ପାହାଡ଼ରୁ ଖସିଲା ଭ୍ୟାନ୍ । ପାହାଡ଼ରୁ ପ୍ରାୟ ୫୦ ଫୁଟ ତଳକୁ ଖସିଲା ଭ୍ୟାନ । ୬୦ରୁ ଅଧିକ ଯାତ୍ରୀ ଥିଲେ ।

ସେହିପରି କେନ୍ଦୁଝର ଟାଉନ ଥାନା ଅଧୀନ ବୈଦରାଜ ସାହି ଛକ ନିକଟରେ ସୋମବାର ଏକ ସିରିଜ୍ ଦୁର୍ଘଟଣା ଘଟିଛି। ଏକ ୧୪ ଚକିଆ ଟ୍ରକ ବ୍ରେକ୍ ଫେଲ ହେବାରୁ ୩ଟି ଟ୍ରକ, ୪ଟି ବାଇକ୍କୁ ଧକ୍କା ଦେଇ ରାସ୍ତା କଡକୁ ଓଲଟି ପଡିଥିଲା।
ଦୁର୍ଘଟଣାରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ୭ଜଣ ଲୋକ ଆହତ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣା ସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ।
ଆହତମାନେ ହେଲେ ଘଟଗାଁ ବ୍ଲକ ପୋଇପାଣି ଗ୍ରାମର କୂଳମଣି ମହାନ୍ତ(୬୫), ପାଟଣା ବ୍ଲକ ପାଟନାଳୀ ଗ୍ରାମର ଭାଗବତ ମହାନ୍ତ(୩୫), ଭଦ୍ରକ ଅଞ୍ଚଳର ପ୍ରିୟରଞ୍ଜନ ମହାପାତ୍ର(୪୮), ଶୁଆକାଟି ଅଞ୍ଚଳର ଏସ୍କେ ଦାନିସ(୧୮) ଏବଂ ଅନ୍ୟ ୩ଜଣଙ୍କ ପରିଚୟ ମିଳିପାରି ନାହିଁ। ଆହତଙ୍କ ମଧ୍ୟରୁ ପ୍ରିୟରଞ୍ଜନ ମହାପାତ୍ର ଏବଂ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି।












Click it and Unblock the Notifications