ଟ୍ରକ ସହ ୪୦୭ ଗାଡି ଧକ୍କା : ଟ୍ରକ୍ ସହ ଜିଅନ୍ତା ଜଳିଗଲେ ଡ୍ରାଇଭର, ହେଲପର ଗୁରୁତର
କୁଚିଣ୍ଡା: ଟ୍ରକ୍ ସହ ଜିଅନ୍ତା ଜଳିଗଲେ ଡ୍ରାଇଭର । ହେଲପର ଗୁରୁତର । ଦୁର୍ଘଟଣା ପରେ ମିନି ଟ୍ରକରେ ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ହେଲପର ଗୁରୁତର ଅବସ୍ଥାରେ ସମ୍ବଲପୁର ସ୍ଥାନାନ୍ତର ହୋଇଛନ୍ତି । କୋଇଲା ବୋଝେଇ ଟ୍ରକ୍କୁ ସାମ୍ନାରୁ ମିନି ଟ୍ରକ୍ ଧକ୍କା ଦେଇଛି ।
ସୂଚନା ଅନୁସାରେ, କୋଇଲା ବୋଝେଇ ଟ୍ରକ ସହ ୪୦୭ ଗାଡି ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ୪୦୭ ଗାଡି ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ମୃତ ଡ୍ରାଇଭରଙ୍କ ପରିଚୟ ଅସ୍ପଷ୍ଟ ରହିଛି । ହେଲପର ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି।

ଦୁର୍ଘଟଣା ପରେ କୋଇଲା ବୋଝେଇ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛନ୍ତି । ତେବେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ଜାରି ରହିଛି । ଜମନକିରା ଥାନା ୫୩ନଂ ଏନଏଚରେ ଏହି ଦୁର୍ଘଟଣା ଘଟିଛି ।
ସେହିପରି ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା । ଦୁଇ ବାଇକ୍ ମୁହାଁମୁହିଁ ହୋଇଛନ୍ତି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଆଉ ଜଣେ ଗୁରୁତର ରହିଛନ୍ତି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଭୁବନେଶ୍ୱର ନାଲକୋ ଛକରୁ ଡମଣା ଛକ ପର୍ଯ୍ୟନ୍ତ ରାସ୍ତା କାମ ଚାଲିଥିବାରୁ ଡ଼ମଣାରୁ ନାଲକୋ ରାସ୍ତାରେ ଚଳାଚଳ କରୁଥିଲା ସବୁ ଗାଡ଼ି । ଏତିକି ବେଳେ ବୁଲେଟ ଏବଂ ହୋଣ୍ଡା ସାଇନ୍ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି।
ଦୁର୍ଘଟଣା ସଂପର୍କରେ ଖବର ପାଇ ପିସିଆର ଘଟଣାସ୍ଥଳରେ ପହଞ୍ଚିଥିଲା। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।












Click it and Unblock the Notifications