ଟ୍ରକ୍‌କୁ ପଛରୁ ପିଟିଲା ବରଯାତ୍ରୀ ବସ୍‌; ୧୦ ଆହତ, ୨ ଗୁରୁତର

ଟ୍ରକ୍‌କୁ ପଛରୁ ପିଟିଲା ବରଯାତ୍ରୀ ବସ୍‌ । ୧୦ ଆହତ । ୧୦ ଆହତଙ୍କ ମଧ୍ୟରୁ ୨ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି । ୨୨୦ନଂ ଜାତୀୟ ରାଜପଥ ଟାଟ ନିକଟରେ ଦୁର୍ଘଟଣା ଦେଖିବାକୁ ମିଳିଛି । ଜାମସେଦପୁରରୁ ଯାଜପୁରକୁ ବିବାହ କାର୍ଯ୍ୟରେ ଯୋଗଦେବାକୁ ଆସୁଥିଲେ ବରଯାତ୍ରୀ। ବସ୍‌ରେ ୪୦ରୁ ଅଧିକ ବରଯାତ୍ରୀ ଥିଲେ ।

accident at odisha

ସୂଚନା ଅନୁସାରେ, ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଇଛି ବରଯାତ୍ରୀ ବସ୍ । ଫଳରେ ଦୁର୍ଘଟଣାରେ ୧୦ରୁ ଅଧିକ ବରଯାତ୍ରୀ ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ତାଟ ନିକଟରେ ଏହି ଦୁର୍ଘଟଣା ଦେଖିବାକୁ ମିଳିଛି । ଆହତମାନଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୨ଜଣଙ୍କ ଅବସ୍ଥା ଗୁରୁତର ଅଛି ।

ଆଜି ଭୋର ୪ଟାରେ ବାରଯାତ୍ରୀମାନେ ଏକ ବସ୍ ଯୋଗେ ଜାମସେଦପୁରରୁ ଏକ ବିବାହ କାର୍ଯ୍ୟରେ ଯୋଗଦେଇ ଯାଜପୁରକୁ ଫେରୁଥିଲେ । ଏହି ସମୟରେ ତାଟ ଛକ ନିକଟରେ ଏକ ଟ୍ରକ ରାସ୍ତାକଡ଼ରେ ଠିଆ ହୋଇଥିଲା। ବସ୍‌ଟି ଭାରସାମ୍ୟ ହରାଇ ଟ୍ରକକୁ ପଛରୁ ଧକ୍କା ଦେଇଥିଲା।

ଦୁର୍ଘଟଣାରେ ୧୦ରୁ ଅଧିକ ବରଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଆମ୍ବୁଲାନ୍ସ ସହାୟତାରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବସ୍‌ରେ ୪୧ ଜଣ ବରଯାତ୍ରୀ ଥିଲେ। ପୋଲିସ ବସ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+