ଓଲଟିଲା ଅଟୋ : ଜଣେ ମୃତ, ୩ ଗୁରୁତର
ଜଗତସିଂହପୁର: ଭାରସାମ୍ୟ ହରାଇ ଅଟୋ ଓଲଟି ପଡ଼ିଛି । ଆଉ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ତିନି ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଜଗତସିଂହପୁର ବାଲିଜୋରୀ ନିକଟରେ ଘଟିଛି ଦୁର୍ଘଟଣା ।
ଖବର ଅନୁଯାୟୀ, ଜଗତସିଂହପୁର ନହରଣାରୁ ଘୋଡ଼ାନାଚ ପ୍ରଦର୍ଶନ କରିବାକୁ କିଛି କଳାକାର ଏକ ଅଟୋରେ ଯାଉଥିଲେ । ଆu ଏହି ସମୟରେ ଅଟୋଟି ବାଲିଜୋରୀ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ଯେଉଁଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି ।
ମୃତକ ନହରଣା ଗାଁ ନିନ୍ଦ୍ରମଣି ଗୋଚ୍ଛାୟତ ହୋଇଥିବା ବେଳେ ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ସମସ୍ତଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

ସେହିପରି ଦୁର୍ଘଟଣାର ୧୬ ଘଣ୍ଟା ପରେ ଶବ ଉଦ୍ଧାର ହୋଇଛି l ରାତି ତମାମ ଟ୍ରକ୍ ତଳେ ଚାପିହୋଇ ରହିଥିବା ଡ୍ରାଇଭର ଶବ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ l
ସୂଚନାଯୋଗ୍ୟ ଯେ, ବୁଧବାର ସନ୍ଧ୍ୟାରେ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ୍ ଗୁପ୍ତେଶ୍ୱର ଡକ୍ରି ଘାଟିରେ ସିମେଣ୍ଟ ବୋଝେଇ ଟ୍ରକ୍ ଘାଟି ତଳକୁ ଓଲଟି ଯାଇଥିଲା l ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା l ମୃତକ ଉତ୍ତରପ୍ରଦେଶର ସୀତାପୁର ଅଞ୍ଚଳର କାଲିକା ପ୍ରସାଦ l ଘଟଣାସ୍ଥଳରେ ଟ୍ରକ୍ ଡାଲା ଚାପାରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ଖବର ପାଇଁ ବୈପାରୀଗୁଡା ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଥିଲେ l ଶବ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ କିନ୍ତୁ ଅନ୍ଧାର ହେବା ଯୋଗୁଁ ବିଫଳ ହୋଇଥିଲେ l ପୁଣି ଗୁରୁବାର ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଶେଷରେ ପୂର୍ବାହ୍ନ ୧୧ଟା ସମୟରେ ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି l ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରାଯାଇଛି l ପୋଲିସ ଘଟଣାର ତଦନ୍ତ କରୁଛି l












Click it and Unblock the Notifications