ରାସ୍ତା ଉପରେ ଗାଡ଼ି ସଜାଡିବା ହେଲା କାଳ; ମାଡିଗଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
ଗାଡ଼ି ଛିଡା କରି ଟାୟାର ସଜାଡିବା ହେଲା କାଳ । ପଛ ପଟୁ ପିଟିଲା ଆଉ ଏକ ଟ୍ରକ । ଚାଲିଗଲା ଜୀବନ । ଆଉ ଘଟଣାସ୍ଥଳରେ ଚାଲିଗଲା ଜୀବନ । ଏମିତି ଅଭାବନୀୟ ଘଟଣା ଗତ ରାତିରେ ଭଦ୍ରକ ଜିଲ୍ଲା ବାସୁଦେବପୁର ଧାମରା ରାସ୍ତାର ମନ୍ଦାରୀ ପୋଲ ନିକଟରେ ଘଟିଛି ।
ମନ୍ଦାରୀ ପୋଲ ନିକଟରେ ଦୁଇଟି ଆଇରନ ବୋଝେଇ ଟ୍ରକ ରାସ୍ତାରେ ରଖି ଚକ ବଦଳାଉଥିଲେ । ଏହି ସମୟରେ ପଛରୁ ଏକ ଚିପସ୍ ବୋଝେଇ ହାଇୱା ଆସି ଧକ୍କା ଦେଇଥିଲା । ଚିପ୍ସ ବୋଝେଇ ହାଇୱା ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଖବର ପାଇ ଚୂଡାମଣୀ ସାମୁଦ୍ରିକ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଭଦ୍ରକ ବାସୁଦେବପୁର ମନ୍ଦାରୀ ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ଗାଡି ସଜାଡୁଥିବା ବେଳେ ହାଇଓ୍ବା ମାଡ଼ି ଯାଇଛି । ଜଣେ ଡ୍ରାଇଭରଙ୍କ ମୃତ ହୋଇଥିବା ବେଳେ ଅନ୍ୟ ଡ୍ରାଇଭର ନିକଟସ୍ଥ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଖବର ପାଇ ପୁଲିସ୍ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡ଼ି ଡ୍ରାଇଭରଙ୍କୁ ଟ୍ରକ୍ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ।












Click it and Unblock the Notifications