ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଓଲଟିଲା: ୬ ଗାଈ ମୃତ, ୧୦ ଆହତ
ଓଲଟିଲା ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ । ୬ ଗାଈ ମୃତ, ୧୦ ଆହତ । ଭାରସାମ୍ୟ ହରାଇ ଓଲଟିଲା ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ । ଏଭଳି ଦୁର୍ଘଟଣା ଖଣ୍ଡପଡା ସିଦ୍ଧାମୂଳା ଗ୍ରାମ ନିକଟରେ ଘଟିଛି ।
ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳ ସମୟରେ ଦଶପଲ୍ଲା ପଟୁ ଏକ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ତିଗିରିଆ ଅଭିମୁଖେ ଯାଉଥିବା ବେଳେ ସିଦ୍ଧାମୁଳା ବ୍ରିଜ୍ ନିକଟରେ ଦୁର୍ଘଟଣା ହୋଇଛି ।
ଫଳରେ ୬ରୁ ଅଧିକ ଗୋରୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗୋରୁମାନଙ୍କୁ ଉଦ୍ଧାର କରିବା ସହ ପୋଲିସକୁ ଖବର ଦେଇଥିଲେ ।

ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଗୋରୁଙ୍କ ଶବ ଜବତ କରିବା ସହ ତଦନ୍ତ ଚଳାଉଥିବା ଜଣାପଡିଛି ।
ଦନ୍ତା ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ବ୍ଲକ ପାତେଳି ଗ୍ରାମରେ ଆଜି ଏକ ଅଘଟଣ ଘଟିଛି । ଅନୁଗୋଳ ବନଖଣ୍ଡ ପାତେଳି ଗାଁରେ ଏହା ଦେଖିବାକୁ ମିଳିଛି । ନିକଟସ୍ଥ ନାଳକୁ ଶୌଚ ପାଇଁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ।
ଦନ୍ତାହାତୀ ଆକ୍ରମଣରେ ଆଜି ସକାଳୁ ଦୁଇ ଦୁଇଟି ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ବନ୍ତଳା ବନାଞ୍ଚଳ ଓ ଅନୁଗୁଳ ବନାଞ୍ଚଳ ସୀମାନ୍ତରେ ଏକ ଦନ୍ତାହାତୀ ଦୁଇଦିନ ହେଲା ବ୍ୟାପକ କ୍ଷୟକ୍ଷତି କରୁଥିବା ଦେଖିବାକୁ ମିଳିଥିଲା। ଆଜି ସକାଳୁ ବନ୍ତଳା ବନାଞ୍ଚଳ କୁମୁରିସିଂହା ପଞ୍ଚାୟତ ପାତେଳି ଗ୍ରାମର ଝିଲ୍ଲୀ ମାଝୀ(୪୨) ଘର ସମ୍ମୁଖ ଦାଣ୍ଡ ଝାଡୁ କରୁଥିବାବେଳେ ପ୍ରଥମେ ହାତୀ ଆକ୍ରମଣର ଶିକାର ହୋଇଥିଲେ ।
ହାତୀ ତାଙ୍କୁ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ସେହିପରି ଅନୁଗୁଳ ବନାଞ୍ଚଳର ଶଙ୍କର ବିଶ୍ୱାଳ(୬୨)ଟାକୁଆ ନାଳକୁ ଶୌଚ ହେବାକୁ ଯାଇଥିବାବେଳେ ହାତୀ ତାଙ୍କୁ ବି ଦଳି ଦେଇଥିଲା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।












Click it and Unblock the Notifications