ବିଳମ୍ବିତ ରାତିରେ ବଡ଼ ଦୁର୍ଘଟଣା; ଜଣେ ମୃତ, ୧୦ରୁ ଅଧିକ ଆହତ

ବିଳମ୍ବିତ ରାତିରେ ବଡ଼ ଦୁର୍ଘଟଣା । ଗଞ୍ଜାମ ଧରାକୋଟ ଢଉଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁଇ ବସ୍ ରାତି ଅଧରେ ମୁହାଁମୁହିଁ ହୋଇଛନ୍ତି । ତେବେ ଏହି ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଯାତ୍ରୀ ଗୁରୁତର ହୋଇଛନ୍ତି ।

ହିନ୍ଦୁସ୍ତାନ ପେଟ୍ରୋଲ ପମ୍ପ ପାଖରେ ଦୁଇଟି ଯାତ୍ରୀବାହୀ ବସ ମୁହାଁମୁହିଁ ଧକ୍କା ହୋଇଥିଲେ । ଫଳରେ ଗୋଟିଏ ବସର ଡ୍ରାଇଭର ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ମୃତକ ଜଣଙ୍କ ହେଉଛନ୍ତି ଦିଲଖୁସ୍ ବସର ଡ୍ରାଇଭର ବାଳକୃଷ୍ଣ ଗୌଡ଼ ।

ଆହତମାନଙ୍କ ମଧ୍ୟରୁ କ୍ଷୀରୋଦ ବେହେରା, ସରିତା ଶତପଥୀ ଓ ରକି ସାହୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଅନ୍ୟ ଆହତ ହେଉଛନ୍ତି ଲକ୍ଷ୍ମୀ ଖଡା, ସଂଧ୍ୟାରଣୀ ନାହାକ, ପ୍ରକାଶ ଡାକୁଆ, ଦୀପକ ନାହାକ ଆସିକା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Accident

ସୂଚନା ଅନୁସାରେ, ଭୁବନେଶ୍ୱରରୁ ମାଲକାନଗିରି ଯାଉଥିଲା ଦିଲଖୁସ ବସ୍ । ଆଉ ଏତିକି ବେଲେ ଆସିକା ଆଡ଼କୁ ଆସୁଥିବା ହ୍ୱାଇଟ ହର୍ସ ନାମକ ଆଉ ଯାତ୍ରୀବାହୀ ବସ ସହ ଏହା ମୁହାଁମୁହିଁ ଧକ୍କା ହୋଇଥିଲା । ଗଞ୍ଜାମ ଜିଲ୍ଲା ଆସିକା ନିକଟ ଢ଼ଉଗାଁ ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଫଳରେ ଜଣେ ମୃତ, ୧୦ରୁ ଅଧିକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ପ୍ରଥମେ ଆସିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+