ବୋରିଗୁମ୍ମା ବିଜାପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୩ ମୃତ, ୧୩ ଗୁରୁତର

ବୋରିଗୁମ୍ମା ବିଜାପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଟୋ-କାର ଧକ୍କା ହେବାରୁ ୩ ମୃତ, ୧୩ ଗୁରୁତର । ୧୩ ଗୁରୁତରଙ୍କ ମଧ୍ୟରୁ ୪ ଜଣ କୋରାପୁଟ ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି ।

ଦ୍ରୁତ ଗତି ଓ ଓଭର ଟେକିଂ ଯୋଗୁ ଏହି ସିରିଜ୍‌ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏ ଦୁର୍ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ସୂଚନା ଅନୁଯାୟୀ ଛତିଶଗଡ଼ ଜଗଡଲପୁରରୁ ଏକ ସ୍କର୍ପିଓ ବୋରିଗୁମ୍ମା ଅଭିମୁଖେ ଆସୁଥିଲା। ଆର ପଟରୁ ଏକ ବାଇକ, ଟ୍ରାକ୍ଟର ଏବଂ ଅଟୋ ଯାଉଥିଲା । ସ୍କର୍ପିଓ ଦ୍ରୁତ ଗତିରେ ଆସି ପ୍ରଥମେ ବାଇକ ଏବଂ ଅଟୋକୁ ଧକ୍କା ଦେଇ ଏକ ନାଳ ମଧ୍ୟକୁ ଚାଲି ଯାଇଥିଲେ । ଫଳରେ ଅଟୋ ଏବଂ ବାଇକ ଛିଟିକି ପଡିଥିଲା । ଅଟୋରେ ପ୍ରାୟ ୧୫ ରୁ ଉର୍ଦ୍ଧ୍ୱ ଯାତ୍ରୀ ବସିଥିଲେ ।

ସମସ୍ତ ଗୁରୁତରଙ୍କୁ ବୋରିଗୁମ୍ମା ମେଡ଼ିକାଲରେ ଚିକିତ୍ସା କରାଯାଇଛି । ଅତି ଗୁରୁତରଙ୍କୁ ଜୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସ୍କୋର୍ପିଓ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ସିସିଟିଭି ଫୁଟେଜକୁ ଦେଖିଲେ ଲାଗୁଛି ସ୍କୋର୍ପିଓ ଗାଡିର ସମ୍ପୂର୍ଣ୍ଣ ଭୁଲ ରହିଛି ।

Accident at koraput

ସିସିଟିଭିରେ ଦେଖିବାକୁ ମିଳିଛି ଗୋଟିଏ ସ୍କୋର୍ପିଓ ଓ ଯାତ୍ରୀବାହୀ ଅଟୋ ଗୋଟିଏ ଦିଗରୁ ଆସୁଥିବା ବେଳେ ବିପରୀତ ଦିଗରୁ ଏକ ଟ୍ରାକ୍ଟର ଆସୁଥିଲା । ସ୍କୋର୍ପିଓଟି ଦ୍ରୁତ ଗତିରେ ଆସୁଥିଲା। ସେ ଅଟୋକୁ ଓଭରଟେକ୍‌ କରିବାକୁ ପ୍ରୟାସ କରୁଥିଲା।

ଆଉ ଠିକ୍ ସେହି ସମୟରେ ବିପରୀତ ଦିଗରୁ ଏକ ବାଇକ୍ ଦ୍ରୁତ ଗତିରେ ଟ୍ରାକ୍ଟରକୁ ଓଭରଟେକ୍‌ କରି ଯାଉଥିବା ବେଳେ ସ୍କୋର୍ପିଓ ସହିତ ବାଡ଼େଇ ହୋଇଯାଇଥିଲା। ଏହା ପରେ ଭାରସାମ୍ୟ ହରାଇଥିବା ସ୍କୋର୍ପିଓଟି ଏହା ଆଗରେ ଯାଉଥିବା ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋଟି ଓଲଟି ପଡ଼ିଥିଲା ଓ ଏଥିରେ ବସିଥିବା ଯାତ୍ରୀମାନଙ୍କ ମଧ୍ୟରୁ କେତେ ଜଣ ବାହାରକୁ ଛିଟିକି ପଡ଼ିଥିଲେ ।

ସ୍କୋର୍ପିଓଟି ଅଟୋକୁ ଧକ୍କା ଦେବା ବେଳେ ବିପରୀତ ଦିଗରୁ ଆସୁଥିବା ଆଉ ଏକ ବାଇକ୍ ମଧ୍ୟ ସ୍କୋର୍ପିଓରେ ଜୋରରେ ପିଟି ହୋଇଥିଲେ। ଫଳରେ ସେ ବାଇକ୍ ସହ ଦୂରକୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+